ନ୍ୟୁୟର୍କ,୭।୬: ବେଆଇନ ଭାବେ ବନ୍ଧୁକ କିଣିବା ଏବଂ ରଖିବାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ କ୍ଷମା କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିକୁ ମୁଁ ସ୍ବୀକାର କରିବି।
ନିକଟରେ ହ୍ବାଇଟ ହାଉସର ପ୍ରେସ ସଚିବ କରାଇନ ଜାନ-ପିଆର କହିଥିଲେ, ମୁଁ ବହୁତ ସ୍ପଷ୍ଟ, ରାଷ୍ଟ୍ରପତି ତାଙ୍କ ପୁଅକୁ କ୍ଷମା କରିବେ ନାହିଁ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ତାଙ୍କ ପୁଅକୁ ସମର୍ଥନ ଜଣାଇଥିଲେ। ପୁଅ ମାମଲାର ବିଚାର ଚାଲିଥିବାବେଳେ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି,ମୁଁ ରାଷ୍ଟ୍ରପତି, କିନ୍ତୁ ମୁଁ ମଧ୍ୟ ଜଣେ ପିତା। ପ୍ରତିକୂଳ ପରିସ୍ଥିତିରେ ନିଶାକୁ ଦୂର କରିବାରେ ହଣ୍ଟର୍ ଯେଉଁ ଶକ୍ତି ପ୍ରଦର୍ଶନ କରିଛନ୍ତି ତାହା ଆମ ପାଇଁ ପ୍ରେରଣାଦାୟକ। ରାଷ୍ଟ୍ରପତି ଭାବରେ, ମୁଁ ବିଚାରାଧୀନ ଫେଡେରାଲ ପ୍ରସଙ୍ଗରେ ମନ୍ତବ୍ୟ ଦେବି ନାହିଁ, କିନ୍ତୁ ଜଣେ ପିତା ଭାବରେ ମୋର ପୁଅ ପ୍ରତି ମୋର ବିଶ୍ୱାସ ଏବଂ ସମ୍ମାନ ଅଛି।