ଗୀଟାର ବଜାଇଲେ ଆମେରିକା ବୈଦେଶିକ ସଚିବ

ଓ୍ବାଶିଂଟନ,୨୮ା୯: ଗ୍ଲୋବାଲ୍‌ ମ୍ୟୁଜିକ୍‌ ଡିପ୍ଲୋମାସି ଇନିସିଏଟିଭ୍‌ର ଲଞ୍ଚ ଇଭେଣ୍ଟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୀଟାର ବଜାଇଛନ୍ତି। ଶାନ୍ତି ଏବଂ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ତଥା ଆମେରିକାର ବ୍ୟାପକ ବୈଦେଶିକ ନୀତି ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ କୂଟନୈତିକ ଉପକରଣ ଭାବରେ ସଙ୍ଗୀତ ବୃଦ୍ଧି ନିମନ୍ତେ ଗ୍ଲୋବାଲ ମ୍ୟୁଜିକ୍‌ କୂଟନୀତି ଅଭିଯାନ ଆରମ୍ଭ କରିଛନ୍ତି ବ୍ଲିଙ୍କେନ୍‌।

ଗ୍ଲୋବାଲ ମ୍ୟୁଜିକ୍‌ କୂଟନୈତିକ ପଦକ୍ଷେପ ଏକ ସଙ୍ଗୀତ ଇକୋସିଷ୍ଟମ ସୃଷ୍ଟି କରିବାକୁ ସରକାରୀ-ବେସରକାରୀ ଭାଗିଦାରୀକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଯାହା ଅର୍ଥନୈତିକ ସମାନତା ଏବଂ ସୃଜନଶୀଳ ଅର୍ଥନୀତିକୁ ବିସ୍ତାର କରିଥାଏ। ସାମାଜିକ ସୁଯୋଗ ଏବଂ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରିବା ସହ ଶିକ୍ଷାକୁ ବୃଦ୍ଧି କରିଥାଏ।

ବ୍ଲିଙ୍କେନ୍‌ ଗୁରୁବାର ଟୁଇଟ୍‌ କରି କହିଛନ୍ତି, ସଙ୍ଗୀତ ଏବଂ କୂଟନୈତିକ ମିଶ୍ରଣ ପାଇଁ ମୁଁ ଆଜି ରାତିର ସୁଯୋଗ ଦେଇ ପାରିବି ନାହ। @ ଷ୍ଟେଟ୍‌ ଡେପ୍ଟର ନୂତନ ଗ୍ଲୋବାଲ ମ୍ୟୁଜିକ୍‌ କୂଟନୈତିକ ପଦକ୍ଷେପ ଆରମ୍ଭ କରିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା ବୋଲି ସେ ଲେଖିଛନ୍ତି।

Share