Categories: ବାଣିଜ୍ୟ

ୟୁଏସ୍‌ଏଫ୍‌ବିଏଲ୍‌ର ନୂତନ ୟୁଆର୍‌ସି

ଭୁବନେଶ୍ୱର,୨୬।୯: ଉଜ୍ଜୀବନ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ (ୟୁଏସ୍‌ଏଫ୍‌ବିଏଲ୍‌) ର ନୂତନ ଅନ୍‌ବ୍ୟାଙ୍କଡ ରୁରାଲ ସେଣ୍ଟର (ୟୁଆର୍‌ସି) ଅନୁଗୋଳ ଜିଲାରେ ଉଦ୍‌ଘାଟିତ ହୋଇଯାଇଛି। ୟୁଏସ୍‌ଏଫ୍‌ବିଏଲ୍‌ର ଏମ୍‌ଡି ତଥା ସିଇଓ ଉଜ୍ଜୀବନ ଇଟିରା ଡେଭିସ କହିଛନ୍ତି, ଓଡ଼ିଶାର ଏକ ଅଣସଂରକ୍ଷିତ ଅଞ୍ଚଳ ଅନୁଗୋଳଠାରେ ଆମର ୟୁଆରସି ଶାଖା ଖୋଲିଥିବାରୁ ଆମେ ବେଶ୍‌ ଉତ୍ସାହିତ। ଏପରିକି ୟୁଏସ୍‌ଏଫ୍‌ବିଏଲ୍‌ ରାଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଏବଂ ଏହି ବ୍ୟାଙ୍କ ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗକୁ ସୁବିଧାଜନକ ତଥା ଅର୍ଥପୂର୍ଣ୍ଣ କରିବା ପାଇଁ ପ୍ରତିବଦ୍ଧ ଅଟେ। ଅପରପକ୍ଷରେ ବ୍ୟାଙ୍କ ବର୍ତ୍ତମାନ ୨୫ଟି ଶାଖା ମାଧ୍ୟମରେ ଓଡ଼ିଶାର ୨.୧ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଉଛି। ଯେଉଁଥିରେ ରାଜ୍ୟର ୧୪ ଅନ୍‌ବ୍ୟାଙ୍କଡ ଶାଖା ଗ୍ରାମାଞ୍ଚଳରେ ରହିଛି। ସେହିଭଳି ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ସମ୍ପୂର୍ଣ୍ଣ ନିଧି, ମାସିକ ସୁଧ ଦେୟ ବିକଳ୍ପ ସହିତ ଫିକ୍ସଡ ଜମା ଏବଂ ନିର୍ଦ୍ଦିଷ୍ଟ ଆର୍ଥତ୍କ ଲକ୍ଷ୍ୟ ପାଇଁ ପ୍ରସ୍ତୁତ ସଞ୍ଚୟ ଉତ୍ପାଦ ସମ୍ପୂର୍ଣ୍ଣ ଲକ୍ଷ୍ୟ ପ୍ରଦାନ କରିଥାଏ।

Share