ଜ୍ୟାକ୍‌ଲିନ୍‌ଙ୍କ ଫଟୋ ଦେଖି ଟ୍ରୋଲ କଲେ ୟୁଜର

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍‌ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି। ସେ ଏକ ଲେଭେଣ୍ଡର ରଙ୍ଗର କ୍ରପ୍‌ ଟପ୍‌ ପିନ୍ଧିଥିବା ଏବଂ ହାଇସ୍ଲିଟ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ତାଙ୍କ କେଶ ମୁକୁଳା ରଖିଛନ୍ତି। ଏବଂ ସେ ବେଡ୍‌ ଉପରେ ବସି ପୋଜ୍‌ ଦେଇଛନ୍ତି। ଫଟୋରେ ସେ ସୁନ୍ଦର ଦେଖଯାଉଛନ୍ତି। ତଥାପି ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି।

୫ ଘଣ୍ଟା ମଧ୍ୟରେ ତାଙ୍କ ଫଟୋକୁ ସାଢ଼େ ୪ ଲକ୍ଷ ଲାଇକ୍‌ ମିଳିଛି। ଏହି ଫଟୋରେ ୩୫୦୦ରୁ ଅଧିକ କମେଣ୍ଟ ବି ୟୁଜରମାନେ ଦେଇଛନ୍ତି। ଅନେକ ପ୍ରଶଂସକ ଫଟୋରେ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି। କିଛି ୟୁଜର ଟ୍ରୋଲ ବି କରିଛନ୍ତି।

ଜଣେ ଲେଖିଛନ୍ତି, ‘ଏହା ସୁକେଶଙ୍କ ବିଲେଇ?’ ଅନ୍ୟ ଜଣେ ଲେଖିଛନ୍ତି, ‘ତିହାର ଜେଲରୁ ସୁକେଶ ପ୍ରେମ ସହିତ ଲେଖୁଛନ୍ତି, ମୁଁ ତୁମକୁ ମିସ୍‌ କରୁଛି। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଲଭ୍‌ ଫ୍ରମ୍‌ ଗଲି ୪୨୦।’

ୟୁଜରମାନେ ଏପରି ଟ୍ରୋଲ କରିବାର କାରଣ ହେଲା ସୁକେଶ ଚନ୍ଦ୍ରଶେଖରଙ୍କ ସହ ମିଶି ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଜଡ଼ିତ ଅଛନ୍ତି।

Share