ଆମେରିକାରେ ପାଳିତ ହେଲା ଉତ୍କଳ ଉତ୍ସବ

ଫ୍ଲୋରିଡା,୮।୪: ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଆମେରିକାର ଫ୍ଲୋରିଡା ରାଜ୍ୟରେ ଥିବା ଟାମ୍ପା ସହରରେ ପାଳିତ ହୋଇଛି ଉତ୍କଳ ଉତ୍ସବ। ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ତଥା ମା’ ମାଟି ଓ ମାତୃଭାଷା ପ୍ରତି ଶ୍ରଦ୍ଧା ସୃଷ୍ଟି କରାଇବା ଥିଲା ଏହି ଉତ୍ସବର ଆଭିମୁଖ୍ୟ। ପ୍ରାୟ ୨ଶହ ଓଡ଼ିଆ ପରିବାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର କୁନି କୁନି ସଦସ୍ୟମାନେ ଏଥିରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଆଧୁନିକ ନୃତ୍ୟ, ମନଲୋଭା ନୂଆ ଓ ପୁରୁଣା ଓଡ଼ିଆ ସଙ୍ଗିତ ପରିବେଷଣ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର କଳାକାରମାନେ ବ୍ୟଙ୍ଗାତ୍ମକ ନାଟକ ପରିବେଷଣ କରିଥିଲେ।

Share