ଟିକା ନେଇ ବି ୩୧,୭୧୨ ସଂକ୍ରମିତ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ଟିକା ନେବା ପରେ ବି ସଂକ୍ରମଣ ହେଉଛି। ରାଜ୍ୟରେ ଟିକା ନେଇଥିବା ୩୧,୭୧୨ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ପ୍ରଥମ ଡୋଜ୍‌ ନେଇଥିବା ୧୭,୮୨୪ଜଣ ଓ ଦ୍ୱିତୀୟ ଡୋଜ୍‌ ଟିକା ନେବା ପରେ ୧୩,୮୮୮ଜଣ ସଂକ୍ରମିତ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।
ଅନ୍ୟପଟେ ରାଜ୍ୟରେ ଟିକାକରଣ ଆଉଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବୁଧବାର ସୁଦ୍ଧା କୋଭିଡ୍‌ ଟିକାର ମୋଟ ୨କୋଟି ୨୧ହଜାର ୮୧୪ ଡୋଜ୍‌ ଦିଆଯାଇଛି। ଏଥିରୁ ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ପ୍ରଥମ ଡୋଜ୍‌ ଓ ୪୬ଲକ୍ଷ ୩୪ହଜାର ୨୪୨ଟି ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି। ଦେଶରେ ଉତ୍ତରପ୍ରଦେଶରେ ସର୍ବାଧିକ ୬,୦୭,୧୫, ୫୧୦ ଡୋଜ୍‌ ଟିକାକରଣ ହୋଇଥିବାବେଳେ ଓଡ଼ିଶା ୨,୦୦,୨୧,୮୧୪ ସହ ୧୨ ନମ୍ବର ସ୍ଥାନରେ ରହିଛି।

Share