ଟିକା ଯୋଗୁ ଜଣାପଡୁନି ଡେଲଟା ପ୍ଲସ୍‌ ଆକ୍ରାନ୍ତଙ୍କ ଲକ୍ଷଣ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ସାରା ଦେଶରେ ଏବେ ଡେଲଟା ପ୍ଲସ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ଲାଗି ରହିଛି। ଓଡ଼ିଶାର ଜଣେ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯିବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଲାଣି। ତେବେ ସେ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ଏହି କାରଣରୁ ତାଙ୍କଠାରେ ଡେଲଟା ପ୍ଲସ୍‌ ଭାରିଆଣ୍ଟର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା। ଏହା ଦର୍ଶାଉଛି ଡେଲଟା ପ୍ଲସ୍‌ ଭାରିଆଣ୍ଟ ଉପରେ ଟିକା କାମ ଦେଉଛି। ଏହା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର।

ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ତାଙ୍କ ସ୍ବସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏପିଡେମିଓଲୋଜି ଟିମ୍‌ ଦେବଗଡ଼ ଗସ୍ତ କରିଛି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ, ସେମାନଙ୍କର ସ୍ବାସ୍ଥ୍ୟବସ୍ଥା କେମିତି ରହିଛି, ସେମାନେ ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ନେଇ ଯାଞ୍ଚ କରାଯିବ।

Share