‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ

ମୁମ୍ବାଇ: ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ ହୋଇଛି। ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଏହି ମୁଭି ପରେ ଭ୍ୟାକ୍ସିନ ପାଇଁ ଲାଗିଥିବା ଲଢେଇକୁ ନେଇ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ଏବେ ସେ ତାଙ୍କ କଥା ରଖିଥିବା ଦେଖାଯାଇଛି। ମଙ୍ଗଳବାର ସ୍ବାଧିନତା ଦିବସର ପବିତ୍ର ମୁହୂର୍ତ୍ତରେ ଫିଲ୍ମର ଟିଜର ରିଲିଜ ହୋଇଯାଇଛି, ଯେଉଁଥିରେ ଫିଲ୍ମର ଖାସ୍‌ ଝଲକ ଦେଖିବାକୁ ମିଳିଛି।
ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ମୁଭି ‘ଦ ଭ୍ୟାକ୍ସିନ ଓ୍ବାର’ ଘୋଷଣା କରିବା ଦିନଠାରୁ ଏହି ମୁଭି ପ୍ରତି ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଏହି ମୁଭିଟି ବୈଜ୍ଞାନିକ ବିଜୟ ଏବଂ ୧୩୦ କୋଟି ଦେଶବାସୀଙ୍କ ବିଷୟରେ ନିର୍ମିତ ହୋଇଛି। ଯେଉଁମାନେ କୋଭିଡ-୧୯ ଯୁଦ୍ଧରେ ଲଢିଥିଲେ। ଫିଲ୍ମର ଟିଜର ମଙ୍ଗଳବାର ରିଲିଜ ହୋଇଛି। ଏହାର ଆରମ୍ଭ ଏମିତି ଏକ ଲ୍ୟାବରୁ ହୋଇଛି ଯେଉଁଠାରେ ଟିକା ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ, ବୈଜ୍ଞାନିକମାନଙ୍କର ଏକ ଟିମ ଲିଫ୍ଟ ଆଡକୁ ଯାଉଥିବାର ଦେଖାଯାଇଛି, ଯେଉଁମାନେ ଟିକା ପ୍ରସ୍ତୁତ କରିବା ପାଇଁ ଏକ ଗୁପ୍ତ ପ୍ରକ୍ରିୟା କରୁଥିବା ଦେଖାଯାଉଛି। ଏହା ପରେ, ଟିମ ଯେମିତି ଲିଫ୍ଟରେ ପ୍ରବେଶ କରୁଛନ୍ତି ଓ ପଛକୁ ଫେରିବା ମାତ୍ରେ ଟିଜରରେ ବୈଜ୍ଞାନିକ ଭୂମିକାରେ ଅଭିନୟ କରୁଥିବା ପଲ୍ଲବି ଯୋଶୀ ତାଙ୍କ ସହାୟକଙ୍କ ପ୍ରଥମ ଝଲକ ଦେଖାଯାଉଛି।
ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥି ସହିତ ନାନା ପାଟେକର ଏବଂ ସପ୍ତମିଙ୍କ ପରି ଷ୍ଟାରମାନେ ମଧ୍ୟ ଏହି ମୁଭିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ସହିତ ଏହା ହେଉଛି ପ୍ରଥମ ମୁଭି ଯାହା ୧୦ଟି ଭିନ୍ନ ଭିନ୍ନ ଭାଷାରେ ମୁକ୍ତିଲାଭ କରିବ।

Share