ଘରେ ପହଞ୍ଚିବ ଟିକା

ଛତ୍ରପୁର,୧୫।୫: କରୋନା ଟିକା ପାଇଁ ବରିଷ୍ଠ ନାଗରିକ ହଇରାଣ ହେଉଛନ୍ତି। ଟିକାକରଣ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରରେ ଘରେ ବରିଷ୍ଠ ନାଗରିକମାନଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ସୋମବାର ଭ୍ରାମ୍ୟମାଣ ଟିକା ଭ୍ୟାନ ଘରକୁ ଘର ଯାଇ ଟିକା ଦେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସୂଚନା ଦେଇଛନ୍ତି। ଏନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର ଏସ୍‌ଓପି ଜାରି କରିବେ ବୋଲି ସେ କହିଛନ୍ତି। ସେହିପରି ଗତ ଶୁକ୍ରବାରଠାରୁ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ଆଣ୍ଟିଜେନ୍‌ ଟେଷ୍ଟିଂ ଆରମ୍ଭ ହୋଇଛି।

Share