ଚମ୍ପେଇତର ମିଳୁନି ଉଚିତ ମୂଲ୍ୟ

ମାଥିଲି,୧୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକରେ ଚମ୍ପେଇତର ଉଚିତ ମୂଲ୍ୟ ଲୋକଙ୍କୁ ମିଳୁନାହିଁ। ଏନେଇ ବଜାର ସୁବିଧା ନ ଥିବାରୁ ଲୋକେ ଦଲାଲଙ୍କ ଶିକାର ହେଉଛନ୍ତି। ଦିନ ସାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆମ୍ବ ସଂଗ୍ରହ କରି ସେଥିରୁ ଚମ୍ପେଇତ ପ୍ରସ୍ତୁତ କରିଥାନ୍ତି। ମାତ୍ର ପରିଶ୍ରମ ଅନୁସାରେ ସେମାନଙ୍କୁ ବ୍ୟବସାୟୀମାନେ ପ୍ରାପ୍ୟ ଦେଇ ନ ଥାନ୍ତି। ଆମ୍ବ ସଂଗ୍ରହ ବେଳେ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ରହିଛି। ଏହାକୁ ଖାତିର ନ କରି ସେମାନେ ନିଜ ଗୁଜୁରଣ ମେଣ୍ଟାଇବା ଲାଗି ଗଛରେ ଚଢ଼ି ଆମ୍ବ ତୋଳନ୍ତି। ଆମ୍ବକୁ କାଟି ସେଥିରୁ ଚୋପା କାଢ଼ି ପରେ ଖରାରେ ଶୁଖାଇଥାନ୍ତି । ୩/୪ ଦିନ ଖରାରେ ଶୁଖିଲା ପରେ ଚମ୍ପେଇତ ପ୍ରସ୍ତୁତ ହୋଇଥାଏ। ଏହାକୁ ବର୍ଷ ସାରା ରଖିଲେ ମଧ୍ୟ ନଷ୍ଟ ହୋଇ ନ ଥାଏ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share