Categories: ବାଣିଜ୍ୟ

ହ୍ରାସ ପାଉଛି ଭାରତୀୟ ମୁଦ୍ରା ମୂଲ୍ୟ

ନୂଆଦିଲ୍ଲୀ, ୨୩ା୬: ବିଦେଶୀ ନିବେଶକମାନେ ଲଗାତର ଭାବରେ ପାଣ୍ଠି ଉଠାଣ କରିବା ଏବଂ ଘରୋଇ ପୁଞ୍ଜିବଜାରରେ ହ୍ରାସ ପରେ ବୁଧବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାରେ ୨୭ ପଇସା ହ୍ରାସ ଘଟିଛି। ଫଳରେ ଭାରତୀୟ ମୁଦ୍ରା ୭୮.୪୦ର ସର୍ବନିମ୍ନ ରେକର୍ଡ ସ୍ତରରେ ବନ୍ଦ ହୋଇଛି। ନିବେଶକଙ୍କ କହିବା ଅନୁସାରେ, ଡଲାର ଉତ୍ତମ ସ୍ତରରେ ଥିବାରୁ ଏହାର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ପଡ଼ିଛି। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ, ଭାରତୀୟ ମୁଦ୍ରାକୁ ଭାରି ହ୍ରାସ ହେବାରୁ ରକ୍ଷା କରିଥିଲା।

Share