Categories: ଜାତୀୟ

ଦୁର୍ବଳ ହେଉଛି ଟଙ୍କା

ନୂଆଦିଲ୍ଲୀ,୧୫ା୭:ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏପରିକି ଲଗାତର ୪ର୍ଥ କାର୍ଯ୍ୟଦିବସ ଗୁରୁବାରରେ ଟଙ୍କାର ମୂଲ୍ୟ ଦୁର୍ବଳ ହୋଇ ୭୯.୮୮ ଟଙ୍କାରେ ପହଞ୍ଚତ୍ଛି। ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକମାନେ ଅର୍ଥ ଉଠାଇ ନେଉଥିବାରୁ ଟଙ୍କାର ମୂଲ୍ୟ ଘୋର ପ୍ରଭାବିତ ହୋଇଛି। ସେହିପରି ରପ୍ତାନୀ ତୁଳନାରେ ଆମଦାନୀ ଅଧିକ ରହୁଥିବାରୁ ଡଲାରର ଚାହିଦା ବୃଦ୍ଧି ହେବାରେ ଲାଗିଛି। ବଜାର ବିଶେଷଜ୍ଞଙ୍କ ମତରେ ଯେଉଁ ହାରରେ ଟଙ୍କାର ମୂଲ୍ୟ କମିବାରେ ଲାଗିଛି ଏହା ଆସନ୍ତା କାରବାରରେ ୮୦ ଟଙ୍କା ଛୁଇଁବ। ତାହା ହେଲେ ଭାରତୀୟ ଅର୍ଥନୀତିକୁ ଘୋର କ୍ଷତି ପହଞ୍ଚିବ। ଗତ ଫେବ୍ରୁୟାରୀଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ପାଖାପାଖି ୨୭ଥର ହ୍ରାସ ପାଇଲାଣି। ଏହି ଧାରା ଜାରି ରହିଲେ ଖୁବ୍‌ଶୀଘ୍ର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Share