କଟକ ଅଫିସ,୨୯।୧: ରାଜ୍ୟର ୩୦ ଜିଲାରେ ଓଡ଼ିଶା ହାଇକୋର୍ଟର ଭିସି (ଭିଡିଓ କନ୍ଫରେନ୍ସ) କ୍ୟାବିନ୍ ପ୍ରତିଷ୍ଠା ହେବ। ଆପେକ୍ସ କୋର୍ଟର ୨୦୨୨ ଡିସେମ୍ବର ୧୪ ତାରିଖ ନିର୍ଦ୍ଦେଶ ମୁତାବକ ସବୁ ଜିଲାରେ ଭିସି କ୍ୟାବିନ୍ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲାରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟାରମ୍ଭ କରିବ। ଏଥିରେ ହାଇକୋର୍ଟର ଭର୍ଚୁଆଲ କୋର୍ଟ ସହିତ ଇ-ଫାଇଲିଂ, ତ୍ରୁଟି ସଂଶୋଧନ, ଭର୍ଚ୍ଚୁଆଲ ଶୁଣାଣି, ସାର୍ଟିଫାଏଡ୍ କପି ଅନୁମୋଦନ ଆଦି କାର୍ଯ୍ୟ ହାଇକୋର୍ଟର ନିର୍ଦ୍ଦେଶାବଳୀ ଅନୁସାରେ ସମ୍ପାଦିତ ହେବ। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ (ରାଉରକେଲା), କଳାହାଣ୍ଡି (ଭବାନୀପାଟଣା), କୋରାପୁଟ (ଜୟପୁର), ଗଞ୍ଜାମ (ବ୍ରହ୍ମପୁର), ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ବାଲେଶ୍ୱର, ଭଦ୍ରକରେ ଫେବୃୟାରୀ ୧ରୁ ୨ ଜଣ ଲେଖାଏ କର୍ମଚାରୀ ଯୋଗଦେବା ନିମନ୍ତେ ହାଇକୋର୍ଟ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ ସୂଚନା ଦିଆଯାଇଛି।