Categories: ବାଣିଜ୍ୟ

ଡିସେମ୍ବର ପରେ ଆସିପାରେ ନୀରବଙ୍କ ପ୍ରତ୍ୟର୍ପଣ ମାମଲା ରାୟ

ନୂଆଦିଲ୍ଲୀ,୨୮।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୫୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲାର ରାୟ ଡିସେମ୍ବରରେ ଆସିପାରେ। ଲଣ୍ଡନର ଏକ ଜେଲରେ ନୀରବ ଥିବା ବେଳେ ତାଙ୍କ ବିରୋଧରେ ମାମଲାର ଶୁଣାଣି ଜାରି ରହିଛି। ଗୁରୁବାର ହୋଇଥିବା ଶୁଣାଣିରେ ଲଣ୍ଡନର ଏକ ନ୍ୟାୟାଳୟ କହିଛନ୍ତି ଯେ, ଡିସେମ୍ବର ୭ରୁ ୧୧ ଡିସେମ୍ବର ମଧ୍ୟରେ ପରବର୍ତ୍ତୀ ଶୁଣାଣି କରାଯିବ।

Share