Categories: ଖେଳ

ମସୁଦଙ୍କ ଆଶୁ ଆରୋଗ୍ୟ କାମନା କଲେ ଉପଅଧିନାୟକ

ମେଲବୋର୍ନ,୨୧ା୧୦: ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ନେଟ୍‌ ସେସନ ବେଳେ ମୁଣ୍ଡରେ ବଲ୍‌ ବାଜି ପାକିସ୍ତାନ ଟପ୍‌ ଅର୍ଡର ବ୍ୟାଟର ଶାନ ମସୁଦ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ସ୍କାନ କରାଯାଇଛି। ଜଣେ ସ୍ପିନରଙ୍କ ବୋଲିଂରେ ମହମ୍ମଦ ନଓ୍ବାଜ ଏକ ଉଚ୍ଚା ଶଟ୍‌ ଖେଳିବା ବେଳେ ଏହା ଘଟିଥିଲା। ୩୩ ବର୍ଷୀୟ ମସୁଦ ପ୍ୟାଡ୍‌ ପିନ୍ଧିଥିଲେ, କିନ୍ତୁ ମୁଣ୍ଡରେ ହେଲମେଟ୍‌ ନ ଥିଲା। ସେ ତାଙ୍କ ବ୍ୟାଟିଂ ପାଳିକୁ ଅପେକ୍ଷା କରିଥିଲେ। ବଲ୍‌ଟି ଅକସ୍ମାତ ଆସି ତାଙ୍କ ମୁଣ୍ଡରେ ବାଜିଥିଲା। ସେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତଳେ ପଡ଼ିଯାଇଥିଲେ। ଟିମ୍‌ ଡାକ୍ତର ତୁରନ୍ତ ଯାଇ ତାଙ୍କ ସ୍ଥାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ଅନ୍ୟପକ୍ଷେ ପାକିସ୍ତାନ ଉପଅଧିନାୟକ ଶାଦବ ଖାଁ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି, ଟିମ୍‌ ଫିଜିଓଙ୍କ ଦ୍ୱାରା ହୋଇଥିବା ଟେଷ୍ଟରେ ମସୁଦ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ସ୍କାନ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି। ସେ ଶୀଘ୍ର ଆରୋଗ୍ୟ ହେବା ପାଇଁ ଆମେ ପ୍ରାର୍ଥନା କରୁଛୁ

 

Share