ନୂଆଦିଲ୍ଲୀ,୭।୯: ରାଜନୀତିର ଏକ ଭାଇରାଲ ଫଟୋକୁ ନେଇ ଏବେ ଆଲୋଚନା ଯୋର ଧରିଛି। ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇ ରହିଛି। ଏହି ଫଟୋ ପୂର୍ବାଞ୍ଚଳର ୟୁପିର ‘ଯୋଗୀ’ ଅର୍ଥାତ୍ ‘ବାବା’ଙ୍କ ଗୋରଖପୁରରୁ ଆସିଛି, ଯେଉଁଠାରେ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ସ୍ବାଗତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚିଥିଲେ। ଯେତେବେଳେ ଉପରାଷ୍ଟ୍ରପତିଙ୍କ ବିମାନ ଗୋରଖପୁର ବିମାନବନ୍ଦରରେ ଅବତରଣ କଲା, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି ସମୟରେ ଉପରାଷ୍ଟ୍ରପତି ଧନଖର ଯୋଗୀଙ୍କ କାନରେ କିଛି କହୁଥିବାର ନଜର ଆସିଥିଲେ। ଯୋଗୀ ତାଙ୍କ କଥା ଶୁଣିବା ପରେ ହସୁଥିବା ଦେଖିବାକୁ ମିଳିଥିଲା। ଏବେ ଧନଖର ଏବଂ ଯୋଗୀଙ୍କ ମଧ୍ୟରେ ଏହି ଗୁପ୍ତ ବାର୍ତ୍ତାଳାପର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ସମୟର ଏକ ଭିଡିଓରେ ଦେଖିବାକୁ ମିଳେ ଯେ ଯୋଗୀ ଧନଖର ଦମ୍ପତିଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ଅଭିବାଦନ ଜଣାଇଛନ୍ତି। ସେହି ସମୟରେ ଉପରାଷ୍ଟ୍ରପତି ଧନଖର ଯୋଗୀଙ୍କ ହାତ ଧରି ତାଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରୁଥିଲେ। ଯୋଗୀ ତାଙ୍କୁ ଭଦ୍ର ଭାବରେ ଶୁଣୁଥିଲେ। ଧନଖର ମଧ୍ୟ ନଇଁପଡି ମୁଖ୍ୟମନ୍ତ୍ରୀଙ୍କ କାନରେ କିଛି କହିଥିବାର ନଜର ଆସିଥିଲେ। ଯୋଗୀ ତାଙ୍କ କଥା ଶୁଣିବା ପରେ ହସିବାକୁ ଲାଗିଲେ। ସେଠାରେ ଉପସ୍ଥିତ ଥିବା ନେତା ଓ ଅଧିକାରୀମାନେ ଧନଖର ଏବଂ ଯୋଗୀଙ୍କ ମଧ୍ୟରେ ଥିବା ଏହି ନିବିଡ଼ତାକୁ ଦୀର୍ଘ ସମୟ ଧରି ଦେଖୁଥିଲେ।