୨ରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ୨୮ା୩(ବ୍ୟୁରୋ):ଆସନ୍ତା ଏପ୍ରିଲ ୨ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସୁଛନ୍ତି। ୨ତାରିଖ ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ସେହିଦିନ ସନ୍ଧ୍ୟାରେ କଟକ ସାରଳା ଭବନରେ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ ୬୦୦ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ। ୩ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଉକ୍ତଦିନ ଅପରାହ୍ନ ୫ଟାରେ ଉପରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଉତ୍ସବ ଆୟୋଜନ ସ୍ଥଳରେ ଜୋରଦାର ପ୍ରସ୍ତୁତି ଜାରି ରହିଛି।

Share