ଲକ୍ଷ୍ନୌ,୨୧।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ମହିଳାଙ୍କୁ ତାଙ୍କ ସ୍ବାମୀ ନିର୍ଯାତନା ଦେଉଥିଲେ। ତାହା ପୁଣି ପରିବାରର ଅନ୍ୟ ସଦସ୍ୟଙ୍କ ସାମ୍ନାରେ। ଉକ୍ତ ଘଟଣାର କିଛି ଦିନ ପରେ ସ୍ବାମୀଙ୍କ ଆକ୍ରମଣରେ ପୀଡ଼ିତା ପ୍ରାଣ ହରାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମହିଳାଙ୍କ ବାପା ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦଶାହାର ଜିଲାରେ।
ଉଲ୍ଲେଖଯୋଗ୍ୟ, ଭାଇରାଲ ଭିଡିଓରେ ସ୍ବାମୀ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ମହିଳା ଜଣଙ୍କ ମା’… ମା’… ଚିତ୍କାର କରୁଥାନ୍ତି। ପାଖରେ ପରିବାରର ଅନ୍ୟ ସଦସ୍ୟମାନେ ଛିଡ଼ା ହୋଇଥିଲେ। ତଥାପି ସ୍ବାମୀଙ୍କ ମାଡ଼ରେ ଲହୁ ଲୁହାଣ ହୋଇ ପଡ଼ିଥିଲେ ମହିଳା। ତେବେ ଭିଡିଓଟି କିଏ ଶୁଟ୍ କରିଛି ତାହା ଜଣାପଡ଼ି ନାହିଁି। ଅଭିଯୁକ୍ତ ଜଣକ ମାସେ ତଳେ ମହିଳାଙ୍କୁ ବିବାହ କରିଥିଲେ।
ଘଟଣାକୁ ୨୪ ଘଣ୍ଟା ବିତିଗଲା ପରେ ମଧ୍ୟ ତାଙ୍କ ସ୍ବାମୀ କିମ୍ବା ପରିବାରର କାହାକୁ ଗିରଫ କରାଯାଇ ନାହିଁ। ଜିଲା ପୋଲିସ ମୁଖ୍ୟ ତାଙ୍କ ସ୍ବାମୀ, ଯିଏକି ମୁଖ୍ୟ ଅଭିଯୁକ୍ତ ତାଙ୍କ ନାମ ହାସିମ ବୋଲି ଜଣାଇଛନ୍ତି।