Advertisement

ଆମ୍ବଟାକୁଆ ଜାଉ ଖାଇବା ଘଟଣା: ପୀଡ଼ିତା କହିଲେ ପଛ କଥା ଆଉ ମନେ ପଡୁନି, ଏବେ ଦୁର୍ବଳ ଲାଗୁଛି

ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ଏବେ ମଧ୍ୟ ୩ ଜଣ ଚିକିତ୍ସାଧୀନ ରହିଥିବା ବେଳେ ଆଉ ୩ ଜଣ ଘରକୁ ଫେରିଛନ୍ତି। ସେମାନେ ସାମାନ୍ୟ ସୁସ୍ଥ ଅନୁଭବ କରୁଥିବା କହିଥିଲେ। ତେବେ ତିନିଜଣଙ୍କ ମଧ୍ୟରେ ପ୍ରଭାତୀ ପାଟମାଝୀ କହିଛନ୍ତ, ସେ ଏବେ ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ମୁଣ୍ଡ ବ୍ୟଥା ସହ ଦୁର୍ବଳ ଲାଗୁଛି। କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ଜାଉ ଖାଇଥିଲେ ଓ କେବେ କେବେ ଖାଇଥିଲେ ବୋଲି ପଚାରିବାରୁ ସେ କହିଛନ୍ତି, ସେ ସବୁ ପଛ କଥା ଆଉ ମନେ ପଡୁନାହିଁ। ଯାହା ଏବେ ଘରକୁ ଫେରିବା ପରେ ସବୁ ଘଟଣା ଶୁଣିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ବ୍ରହ୍ମପୁରରେ ତାଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା ପ୍ରଭାତୀଙ୍କ ସ୍ବାମୀ ତାରଣ ପାଟମାଝୀ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କ ସ୍ତ୍ରୀ ପ୍ରଭାତୀଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ପରେ ସେ ତାଙ୍କ ତଦାରଖ ପାଇଁ ବ୍ରହ୍ମପୁରରେ ଏତେ ଦିନ ଧରି ରହିଲେ। ତେଣୁ ସେ ଘଟଣା ସମ୍ପର୍କରେ କ’ଣ ସବୁ ଗାଁରେ ଘଟିଲା ସେ ଜାଣି ନ ଥିବା ଓ ତାଙ୍କ ସ୍ତ୍ରୀ ସୁସ୍ଥ ହୋଇ ଫେରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share