ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ.ଏ.), ୩୦ା୭-ରାସ୍ତାରେ ଚଲାଇ ଦେଉ ନ ଥିଲେ। ମା’ବାପା ନ ଥିବା ବେଳେ ଘରେ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଲିଖିତ ଏତଲା ଦେବା ସତ୍ତ୍ୱେ ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଆଖି ବୁଜିଦେଇଥିଲା ପୋଲିସ। ଲୋକଲଜ୍ଜା, ମାନସିକ ନିର୍ଯାତନା ଚରମ ସୀମାରେ ପହଞ୍ଚତ୍ବା ପରେ ଏଥିରେ ଅତିଷ୍ଠ ହୋଇ ବିଷପିଇ ଜୀବନ ହାରିଛନ୍ତି ଜଣେ ୧୭ ବର୍ଷୀୟା ନାବାଳିକା। ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅଞ୍ଚଳରେ ଗୁରୁବାର ଘଟିଥିବା ଏପରି ସ୍ପର୍ଶକାତର ଘଟଣା ପୋଲିସର ଦାୟିତ୍ୱ ଏବଂ କର୍ତ୍ତବ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏପରି ଦୁଃଖଦ ଘଟଣା ଘଟିଥିବା ଏସ୍ପି ଅନୁପମା ଜେମ୍ସ ସ୍ବୀକାର କରିଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ନାବାଳିକାଙ୍କ ପରିବାର।