ମୃତ କୋଭିଡ୍‌ ଆକ୍ରାନ୍ତଙ୍କ ମୋବାଇଲ ଫୋନ୍‌ , ଟଙ୍କା ଲୁଟ୍‌

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ନାମରେ ପୁଣି ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ। ସୋମବାର ମୃତ କରୋନା ରୋଗୀ ମଧୁସୂଦନ ବିଶ୍ୱାଳଙ୍କ ଶଳା ଶେଖର ଖମାରୀ ଝାରସୁଗୁଡ଼ା ଟାଉନ ଥାନାରେ ହସ୍ପିଟାଲ୍‌ ମ୍ୟାନେଜର ଦେବ ନାୟକଙ୍କ ନାମରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ଗତ ଗୁରୁବାର ତାଙ୍କ ଭିଣୋଇ କୁମର ଗ୍ରାମର ମଧୁସୂଦନ ବିଶ୍ୱାଳ(୪୫) କରୋନାରେ ଆକ୍ରାନ୍ତ ହୋଇ ଜିଲା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ରବିବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚତ୍ ମୃତଦେହକୁ ଅପେକ୍ଷା କରିଥିଲେ ା କିଛି ସମୟ ପରେ ସେମାନେ ଶ୍ମଶାନ ଘାଟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ମୃତଦେହ ଶ୍ମଶାନରେ ପହଞ୍ଚତ୍ଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ। ମୃତଦେହ ଚିହ୍ନଟ ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ହେଲେ ମଧୁସୂଦନଙ୍କ ନିକଟରେ ଥିବା ମୋବାଇଲ୍‌ ଫୋନ୍‌ ଓ ୨ହଜାର ଟଙ୍କା ପରିବାର ଲୋକଙ୍କୁ ମିଳି ନ ଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଘଟଣା ସଂକ୍ରାନ୍ତରେ ହସ୍ପିଟାଲ୍‌ ମ୍ୟାନେଜର ନାୟକଙ୍କୁ ପଚାରିବାରୁ ମୃତ ରୋଗୀଙ୍କ ମୋବାଇଲ୍‌ ଓ ଟଙ୍କା ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।
କିଛିଦିନ ତଳେ କରୋନାରେ ମୃତ୍ୟୁବରଣ କରିଥିବା ନନ୍ଦଲାଲ୍‌ ବିଶ୍ୱାଳଙ୍କ ସୁନାଚେନ, ସୁନା ମୁଦି ଓ ୧୦ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ତାଙ୍କ ପୁଅ ପ୍ରଶାନ୍ତ କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ କରିଥିଲେ। ଏପରି କି ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ ପତ୍ରରେ ଉଲ୍ଳେଖ କରିଥିଲେ। ଏ ନେଇ ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଜିଲାପାଳ ଓ ଏସ୍‌ପିଙ୍କୁ ଟୁଇଟ୍‌ କରି ଜଣାଇଥିଲେ।

Share