ଓ୍ବାଶିଂଟନ,୩୧।୧୦: ଦୀପାବଳି ଏକ ପର୍ବ ଏବଂ ଲୋକମାନେ ଏହାକୁ କେବଳ ଭାରତରେ ନୁହେଁ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଉଛି। ନିକଟରେ ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ଦୀପାବଳି ଉତ୍ସବ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ଏଠାରେ ହିନ୍ଦୁ ଆରତୀ ଗୀତ ଓମ ଜୟ ଜଗଦୀଶ ହେରେ ବଜାଯାଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଭିଡିଓକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଗୀତା ଗୋପୀନାଥ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ପ୍ରଥମ ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଗୀତା ଗୋପୀନାଥ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ହ୍ବାଇଟ ହାଉସର ସାମରିକ ବ୍ୟାଣ୍ଡ ଦୀପାବଳି ଅବସରରେ ‘ଓମ ଜୟ ଜଗଦୀଶ ହରେ’ ପ୍ଲେ କରିଛନ୍ତି। ଓମ ଜୟ ଜଗଦୀଶ ହରେ ଏକ ବହୁ ସମ୍ମାନିତ ହିନ୍ଦୁ ଆରତୀ ଗୀତ, ଯାହା ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ଦେବତା ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଥିଲା। ଭିଡିଓ ପୋଷ୍ଟ କରି ଗୀତା ଗୋପୀନାଥ ଏକ୍ସରେ ଲେଖିଛନ୍ତି, ହ୍ବାଇଟ ହାଉସର ମିଲିଟାରୀ ବ୍ୟାଣ୍ଡ ଦୀପାବଳି ପାଇଁ ଓମ ଜୟ ଜଗଦୀଶ ହରେ ଶୁଣିବା ଆଶ୍ଚର୍ଯ୍ୟଜନକ ଥିଲା। ଅକ୍ଟୋବର ୨୭ରେ ଆମେରିକାର ହ୍ବାଇଟ ହାଉସରେ ଆୟୋଜିତ ଦୀପାବଳି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଜୋ ବାଇଡେନ ଯୋଗ ଦେଇଥିଲେ।
ଏହି ଉତ୍ସବରେ କଂଗ୍ରେସ ସଦସ୍ୟ ଥାନେଦାର, ଆମେରିକାର ସର୍ଜନ ଜେନେରାଲ ଭାଇସ ଆଡମିରାଲ ବିବେକ ଏଚ ମୁର୍ତ୍ତୀ ଏବଂ ଗୋପୀନାଥଙ୍କ ସମେତ ୬୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି ବେଇଡେନ କହିଥିଲେ ଯେ ରାଷ୍ଟ୍ରପତି ଭାବରେ ମୋର ହ୍ବାଇଟ ହାଉସରେ ଆୟୋଜିତ ସର୍ବ ବୃହତ ଦୀପାବଳି ଉତ୍ସବ ଆୟୋଜନ କରିବାର ଗୌରବ ରହିଛି। ମୋ ପାଇଁ ଏହାର ଅର୍ଥ ବହୁତ। ସିନେଟର, ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ଭାବରେ; ଦକ୍ଷିଣ ଏସୀୟ ଆମେରିକୀୟମାନେ ମୋର କର୍ମଚାରୀଙ୍କ ପ୍ରମୁଖ ସଦସ୍ୟ ରହିଛନ୍ତି।