ଛତ୍ରପୁର,୧ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କୁ ରବିବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ତାଙ୍କର ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତାଙ୍କର ବ୍ରହ୍ମପୁରସ୍ଥିତ ଖୋଡ଼ାସିଙ୍ଗି ନିକଟ ରାମକୃଷ୍ଣନଗର ସପ୍ତମ ଲେନ୍ରେ ଥିବା ୩୫୦୦ ବର୍ଗଫୁଟର ଦୁଇ ମହଲା କୋଠା, ପୋଲସରାର କୋଳିସାହିରେ ଥିବା ୧୬୦୦ ବର୍ଗଫୁଟର ଦୁଇ ମହଲା କୋଠା ଓ କୋଳିସାହିରେ ଆଉ ଗୋଟିଏ କୋଠା, ବ୍ରହ୍ମପୁର ଖୋଡ଼ାସିଙ୍ଗି ଠାରେ ୨ ହଜାର ବର୍ଗମିଟରର ଏକ ପ୍ଲଟ୍, ଘରୁ ୬ ଲକ୍ଷ ୫୦ ହଜାର ଟଙ୍କା ନଗଦ, ଗୋଟିଏ କାର୍, ୨ଟି ଦୁଇ ଚକିଆ ଯାନ, ୩୫ ଲକ୍ଷ ୬୧ ହଜାର ୧୫୭ ଟଙ୍କା ବ୍ୟାଙ୍କ ଓ ବୀମା ଜମା ଥିବା କାଗଜପତ୍ର ଭିଜିଲାନ୍ସ ଟିମ୍ ପାଇଥିଲା। ତେବେ ଏସବୁ ବାବଦରେ ବିଇଓ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି କୋର୍ଟ ଚାଲାଣ କରାଯିବ।
Posted inଅପରାଧ, ଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ