ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଗୋପ,୪।୨(ଡି.ଏନ୍‌.ଏ.): ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଶୁକ୍ରବାର ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁଇଜଣିଆ ଟିମ୍‌ ଉକ୍ତ ପଞ୍ଚାୟତର ନାରୁଅ, ତେଲିପଡା ଗ୍ରାମରେ ପହଞ୍ଚତ୍ ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ହିତାଧିକାରୀମାନଙ୍କୁ ମିଳିଥିବା ପାଇଖାନାଗୁଡ଼ିକ ତଦନ୍ତ କରିଛନ୍ତି। ମାତ୍ର ତଦନ୍ତ ବେଳେ ଅଧିକାଂଶ ପାଇଖାନା ନ ଥିବା ଜଣାପଡ଼ିଛି। ପ୍ରକାଶ ଯେ, ନାଗପୁର ପଞ୍ଚାୟତରେ ସ୍ବଚ୍ଛ ଭାରତ ଅଭିଯାନ ପକ୍ଷରୁ ୧୨ହଜାର ଟଙ୍କାରେ ହିତାଧିକାରୀମାନଙ୍କୁ ପାଇଖାନା କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ଅଧିକାଂଶ ହିତାଧିକାରୀ ଅନ୍ୟ ପାଇଖାନା ଦେଖାଇ ଅର୍ଥ ନେଇଥିବା ସହିତ ଆଉ କେତେକ ହିତାଧିକାରୀ ପାଇଖାନା ନିର୍ମାଣ କରି ନ ଥିଲେ। ଏପରି ଘଟଣାକୁ ନେଇ ନାଗପୁର ଅଞ୍ଚଳର ପ୍ରଦୀପ ସ୍ବାଇଁ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ହେବାରେ ପୂର୍ବରୁ ଭିଜିଲାନ୍ସ ବିଭାଗ ୨ଥର ତଦନ୍ତ କରି ଫେରିଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ଅଭିଯୋଗ ପତ୍ର ପଞ୍ଚାୟତିରାଜ ବିଭାଗକୁ ଦିଆଯାଇ ନ ଥିବାରୁ ତଦନ୍ତ ଆଗକୁ ବଢ଼ିପାରି ନ ଥିଲା। ପ୍ରାୟ ଦୁଇ ବର୍ଷ ପରେ ଶୁକ୍ରବାର ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଦୁଇ ଜଣିଆ ଟିମ୍‌ ନାଗପୁରର ନାରୁଅ, ତେଲିପଡା ଗ୍ରାମରେ ପହଞ୍ଚତ୍ ପୁଣି ତଦନ୍ତ କରିଛନ୍ତି। ଅଭିଯୋଗ ଅନୁସାରେ ୩୫ଟି ପାଇଖାନା ନିର୍ମାଣ ହୋଇ ଥିବାବେଳେ ଦର୍ଶାଯାଇଥିବା ବେଳେ ୧୨ଟି ଥିବା ଜଣାପଡିଛି। ଏ ନେଇ ତଦନ୍ତ କରୁଥିବା ଭିଜିଲାନ୍ସ ଅଧିକାରିଣୀ କହିଛନ୍ତି, ପାଇଖାନା ନିର୍ମାଣ ଅଳ୍ପ କିଛି ହୋଇଛି। ତେଣୁ ଅଧିକ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।