ପୁରୁଷ ଶୂନ୍ୟ ହେଲା ଗାଁ, ଏସ୍‌ପିଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କଲା ଦଳିତ ଆଦିବାସୀ ମହାସଂଘ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ପଞ୍ଚାୟତ କନର୍ଲା ଗାଁରେ ଆଦିବାସୀଙ୍କ ପର୍ବ ଚାଲିଥିବା ସମୟରେ ଅବକାରୀ ଚଢ଼ାଉ ଓ  ପରବର୍ତ୍ତୀ ଆକ୍ରମଣ-ପ୍ରତିଆକ୍ରମଣର ନିରପେକ୍ଷ ତଦନ୍ତ ଦାବି
କରିଛି ଜିଲା ଦଳିତ ଆଦିବାସୀ ମହାସଂଘ। ପୁରୁଷ-ମହିଳା ଓ ଶିଶୁଙ୍କ ଉପରେ ପୋଲିସ-ଅବକାରୀ ବିଭାଗ ଅମାନୁଷିକ ଆକ୍ରମଣ କରିଥିବା ଅଭିଯୋଗ କରି ମହାସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ପ୍ରାପ୍ତସୂଚନା ଅନୁସାରେ, ଗତ ବୁଧବାର ଅପରାହ୍ନରେ କନର୍ଲା ଗାଁରେ ସେମିଯାତ୍ରା ତଥା ଟୋକିପରବ ଚାଲିଥିଲା। ଏହି ସମୟରେ ଅବକାରୀ ବିଭାଗ ଅତର୍କିତ ଚଢ଼ଉ କରିଥିଲା।କର୍ମଚାରୀମାନେ ଦେଶୀ ରନ୍ଧା ମଦ ଜବତ କରିବା ନାଁରେ ଜୋତାପିନ୍ଧି ଧରଣୀଗୁଡ଼ି ଓ ପୂଜାସ୍ଥଳ ମଧ୍ୟକୁ ପଶିଯିବାରୁ ଗାଁ ଲୋକେ ବାରଣ କରିଥିଲେ। ଅବକାରୀ ବିଭାଗର କର୍ମଚାରୀମାନେ ଗାଁ ଲୋକଙ୍କୁ ଦେଶୀ ମଦ ରାନ୍ଧି ବିକ୍ରି କରୁଛ ବୋଲି ଅଭିଯୋଗ କରି ଗାଳିଗୁଲଜ କରିବା ସହିତ ପୂଜାସ୍ଥଳରେ ଫିଙ୍ଗାଫୋପଡ଼ା କରିଥିଲେ।

ଏହି ଚଢ଼ାଉକୁ ଗାଁ ଲୋକେ ବିରୋଧ କରିବାରୁ ଉଭୟପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ଗାଁ ଲୋକଙ୍କ ପ୍ରତିବାଦ ଓ କମ ସଂଖ୍ୟକ ଅବକାରୀ କର୍ମଚାରୀ ଥିବାରୁ ସେମାନେ ଫେରିଆସି ପୁଣି ସକାଳେ ପୋଲିସ ଫୋର୍ସ ସହିତ ଗାଁକୁ ଯାଇ ପୁରୁଷ, ମହିଳା
ସମସ୍ତଙ୍କୁ ଘରୁ ଡାକିଆଣି ତଥା ଗୋଡ଼ାଇ ଗୋଡ଼ାଇ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଶନିବାର ଘଟଣାସ୍ଥଳକୁ ଜିଲା ଦଳିତ ମହାସଂଘର ସଭାପତି ପରମାନନ୍ଦ ମାଝୀ, କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ, ମହାସଚିବ ଦେବୀପ୍ରସାଦ ସିନ୍ଦୂର, ସାଧାରଣ ସଂପାଦକ ସୁଶୀଲ ବାଗ, ସଦସ୍ୟ ରମେଶ ଚନ୍ଦ୍ର ନାଏକ ପ୍ରମୁଖ କନର୍ଲା ଗାଁ ଗସ୍ତ କରି ତଥ୍ୟ ସଂଗ୍ରହ କରିଛନ୍ତି।ସେମାନଙ୍କ କହିବା ଅନୁସାରେ, ଅବକାରୀ ବିଭାଗ ଆଦିବାସୀଙ୍କ ଧର୍ମୀୟ ବିଶାସ ଓ ପରମ୍ପରା ଉପରେ ଆଘାତ ପହଞ୍ଚାଇବାରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ । ଗତ ତିନିଦିନ ହେଲା ଗାଁରେ ସମସ୍ତଙ୍କ ଘରେ ତାଟି କବାଟ ପଡ଼ିଥିବା ବେଳେ ପୋଲିସର ଗିରଫଦାରୀ ଭୟରେ ଗାଁର ପୁରୁଷ ମହିଳା ପ୍ରବଳ ଶୀତ ସତ୍ତ୍ବେ ପିଲାଛୁଆ ଧରି ଜଙ୍ଗଲରେ ଲୁଚିଛନ୍ତି। ଗାଁର ୩ ଜଣ ଶିଶୁ ପାଞ୍ଚ ଜଣ ବୁଢ଼ାବୁଢ଼ୀଙ୍କ ସମେତ ୩୨ ଜଣ ପୋଲିସ ଓ ଅବକାରୀ କର୍ମଚାରୀଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ସେମାନେ ଦର୍ଶାଇଛନ୍ତି। ମହାସଂଘ ତରଫରୁ ଏ ନେଇ ଦୃଷ୍ଟି ଆକର୍ଷଣ କରିବା ସହିତ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

ବାହାହୋଇ ଫଶିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

ବ୍ରହ୍ମପୁର ବିଶବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ହ୍ୟାଣ୍ଡବଲ ପୁରୁଷ ଦଳ ଭୁବନେଶ୍ୱର ଗସ୍ତ

ବ୍ରହ୍ମପୁର, ୧୪।୩ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଶୁକ୍ରବାର ସାରେ ପୁରୁଷ ହ୍ୟାଣ୍ଡବଲ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତିl ଭୁବନେଶ୍ବର...

ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ: ବିଧାୟକ ବଢ଼ାଇଲେ ସହାୟତାର ହାତ

ଗଜପତି,୧୪।୩(ଗିରିଧାରୀ ପରିଛା): ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତାର ହାତ ବଢ଼ାଇଛନ୍ତି ବିଧାୟକ। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image