ଆବର୍ଜନା କୁଣ୍ଡ ପାଲଟିଛି ଗାଁ ଶୁଦ୍ଧତୁଠ

ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ଜଳାଶୟର ପୁନରୁଦ୍ଧାର ଦାୟିତ୍ୱ ନେଇଛି ବିଏମ୍‌ସି। ଏହି କ୍ରମରେ ପ୍ରାୟ ୪୭ଟି ପୋଖରୀର ଉନ୍ନତୀକରଣ କରିବା ପାଇଁ ବିଏମ୍‌ସି ତାଲିକା ପ୍ରଦାନ କରିଥିବାବେଳେ ସେଥିରୁ କେତେକର ପୁନରୁଦ୍ଧାର ହୋଇଛି, ମାତ୍ର ଏବେ ବି ଅନେକ ପୋଖରୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହା ଉପରେ ବିଏମ୍‌ସି, ସ୍ଥାନୀୟ କର୍ପୋରେଟର କିମ୍ବା ଅନ୍ୟ କାହାର ନଜର ପଡୁନାହିଁ। ଓ୍ବାର୍ଡ ନଂ. ୫୦ ଅନ୍ତର୍ଗତ ଓୟୁଏଟି କ୍ୟାମ୍ପସ ନିକଟରେ ରହିଛି ଏହି ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀ। ୨୦୨୧-୨୨ରେ ପ୍ରାୟ ୫ ହଜାର ବର୍ଗଫୁଟରେ ନିର୍ମିତ ହୋଇଥିବା ଏହି ପୋଖରୀ ଏବେ ଜରାଜୀର୍ଣ୍ଣ ହୋଇ ପଡିଛି। ଏହାର ପାଣି ବ୍ୟବହାର ଯୋଗ୍ୟ ହୋଇ ନ ଥିବାବେଳେ ପାଖରେ କୁଢ କୁଢ ପଲିଥିନ୍‌ ସହ ବିଭିନ୍ନ ଆବର୍ଜନା ପଡି ରହିଛି। ୪୫ଲକ୍ଷ ଟଙ୍କା ବ୍ୟୟରେ ପୋଖରୀ ନିର୍ମାଣ ହୋଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ମାତ୍ର ବର୍ଷକ ଭିତରେ ଏବେ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ନୀଳକଣ୍ଠେଶ୍ୱର ପୋଖରୀରେ ମୁଖ୍ୟତଃ ଦଶାହ କର୍ମ କରାଯାଇ ଥାଏ। ଆଖପାଖରେ ଦଶାହ କର୍ମ ପାଇଁ ଏହି ଗୋଟିଏ ପୋଖରୀ ଥିବାରୁ ଏହା ଉପରେ ଓ୍ବାର୍ଡ ନଂ. ୫୦ ସମେତ ବରବାରୀ ବସ୍ତି, ୟୁନିଟ-୮ ଏବଂ ୬୩, ୨୪, ୪୮ ଓ ୫୧ ନଂ. ଓ୍ବାର୍ଡବାସୀ ସମ୍ପୂର୍ଣ୍ଣରୂପେ ନିର୍ଭର କରୁଛନ୍ତି। ତେବେ କାମ ସରିବା ପରେ ପୋଖରୀ ନିକଟରେ ପରିତ୍ୟକ୍ତ ଲୁଗାପଟା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜା ସାମଗ୍ରୀ ମଧ୍ୟ ଫୋପାଡ଼ି ଦିଆଯାଇଛି, ଯାହା ଫଳରେ ଏବେ ପୋଖରୀ ଏବଂ ତାହାର ଚାରି ପାଖରେ ଆବର୍ଜନା ଗଦା ହୋଇ ରହିଲାଣି। ଅପରପକ୍ଷେ ପରିତ୍ୟକ୍ତ ଜିନିଷ ପଡି ପୋଖରୀ ପାଣି ମଧ୍ୟ ନଷ୍ଟ ହେବାରେ ଲାଗିଛି। ମାତ୍ର ଅନ୍ୟ କୌଣସି ଉପାୟ ନ ଥିବାରୁ ବାଧ୍ୟ ହୋଇ ଲୋକେ ସେହି ପାଣିକୁ ବ୍ୟବହାର କରୁଛନ୍ତି।
ଏନେଇ ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂହ କହିଛନ୍ତି, ଠିକ୍‌ ଭାବେ କାମ ହୋଇ ନ ଥିବାରୁ ପୋଖରୀ ଏବେ ଭଗ୍ନ ଅବସ୍ଥାରେ ପଡି ରହିଛି। ୬ମାସ ନ ପୂରୁଣୁ ସେଠାରେ ଲଗାଯାଇଥିବା ଜାଲି ଭାଙ୍ଗି ଯାଇଛି। ୭/୮ମାସ ହେବ ଓ୍ବାଟର ରିସୋର୍ସ ଡିପାର୍ଟମେଣ୍ଟକୁ ଏହାର ପୁନରୁଦ୍ଧାର କରିବା ପାଇଁ ଚିଠି ଦିଆଯାଇଛି। ଏଥିସହ ‘ଆମ ପୋଖରୀ’ ଯୋଜନାରେ ଏହାର ଉନ୍ନତି କାର୍ଯ୍ୟ କରିବା ପାଇଁ ବିଏମ୍‌ସିକୁ ଅବଗତ କରାଯାଇଛି। ମାତ୍ର କାହା ତରଫରୁ ବି ଏଯାଏ ଉତ୍ତର ଆସିନାହିଁ। ୫ ଟି ଓ୍ବାର୍ଡର ଲୋକ ଏହି ପୋଖରୀ ଉପରେ ନିର୍ଭର କରୁଥିବାବେଳେ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ସେହିପରି ଆମ ପୋଖରୀ ଯୋଜନାରେ ବରମୁଣ୍ଡା ଏନ୍‌ଏଚ୍‌ ସ୍ଥିତ ଏକ ବଡ଼ ପୋଖରୀର ପୁନରୁଦ୍ଧାର କରାଯାଇଛି। ୨୦୧୯-୨୦ ମସିହାରେ ୫୦ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଖରୀର କାମ ହୋଇଥିଲେ ବି ତାହା ମଧ୍ୟ ଏବେ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ଏହାର ପାଣି ପରିଷ୍କାର ନ ଥିବାରୁ ଲୋକମାନେ ସେଠାରେ ଗାଧୋଇବାକୁ ରାଜି ହେଉନାହାନ୍ତି। ଅପରପକ୍ଷେ ଲୋକମାନେ ମଧ୍ୟ ନିଜେ ସଚେତନ ହେଉ ନାହାନ୍ତି। ପୋଖରୀରେ ପରିତ୍ୟକ୍ତ ଜିନିଷ ଆଣି ପକାଉଛନ୍ତି। ଫଳରେ ସେମାନେ ନିଜେ ହିଁ ହଇରାଣ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri