ପାପଡ଼ାହାଣ୍ଡି, ୨୩ା୧(ଡି.ଏନ୍.ଏ.) ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ଡାକବଙ୍ଗଳା ନିକଟରେ ଥିବା ଟ୍ରାନ୍ସଫର୍ମରକୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି। ଫଳରେ ନିକଟସ୍ଥ ଭିମାସାହି ଅଞ୍ଚଳର ଲୋକେ ଅନ୍ଧକାରରେ ଅଛନ୍ତି। ଏ ନେଇ ପାପଡ଼ାହାଣ୍ଡି କନିଷ୍ଠ ଯନ୍ତ୍ରୀ ସନ୍ତୋଷ ପଣ୍ଡା ଥାନାରେ ଏତଲା ଦେଇଛନ୍ତି।
ସୂଚନାନୁଯାୟୀ, ଟ୍ରାନ୍ସଫର୍ମର ଚୋରି ହୋଇଥିବା ନେଇ ସ୍ଥାନୀୟ ସାହିର ଲୋକେ କନିଷ୍ଠ ଯନ୍ତ୍ରୀ ପଣ୍ଡାଙ୍କୁ ଜଣାଇଥିଲେ। ବ୍ଲକର ବିଭିନ୍ନ ଅଞ୍ଚଳରେ ଟ୍ରାନ୍ସଫର୍ମର ଚୋରି ଏକ ନିତିଦିନିଆ ଘଟଣା ହେବାରେ ଲାଗିଛି। ଟ୍ରାନ୍ସଫର୍ମର ଭିତରେ ଥିବା ମୂଲ୍ୟବାନ୍ ଯନ୍ତ୍ରାଂଶକୁ ଲକ୍ଷ୍ୟକରି ଦୁର୍ବୃତ୍ତମାନେ ସକ୍ରିୟ ହେବାରେ ଲାଗିଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।