ଶୁଦ୍ଧିକ୍ରିୟା ହୋଇ ନ ଥିବାରୁ ଗାଁ ବାରଣ

ଭୁବନେଶ୍ୱର,୩୦।୬(ଅଭିଜିତ ଦାସ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ଇତିମଧ୍ୟରେ ୨୭ଦିନ ବିତିଛି। ହେଲେ ଏଯାଏ ୮୧ ମୃତଦେହ ଚିହ୍ନଟ ହୋଇପାରୁ ନାହିଁ। ମୃତଦେହକୁ ଅପେକ୍ଷା କରି ନିରାଶ ହେବା ପରେ ବହୁ ଦାବିଦାର ଗାଁକୁ ଫେରିଯାଇଥିବାବେଳେ ଆଉ କିଛି ପରିବାର ଏବେ ବି ଭୁବନେଶ୍ୱର ଏମ୍‌ସ ପରିସରରେ ପଡି ରହିଛନ୍ତି। ଡିଏନ୍‌ଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ସେମାନେ ନାନା ଯନ୍ତ୍ରଣା ଭିତରେ ଦିନ କାଟୁଛନ୍ତି। ଏପଟେ ଗାଁର ସାମାଜିକ କଟକଣା ସେମାନଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଇଛି। ମୃତଦେହ ମିଳି ନ ଥିବାରୁ ଶୁଦ୍ଧିକ୍ରିୟା କରିପାରୁନାହାନ୍ତି। ପୁଣି ବିନା କ୍ରିୟାକର୍ମରେ ଗାଁ ପ୍ରବେଶକୁ ମନା କରୁଛି ସେମାନଙ୍କ ସମ୍ପ୍ରଦାୟ। ଏପରିକି ଶୁଦ୍ଧିକ୍ରିୟା ନ କରି ଗାଁରେ ରହିଲେ ବାସନ୍ଦ କରାଯିବ ବୋଲି ଧମକ ଦେଉଛି ଗାଁ କମିଟି।
ନିଜ ସାନ ପୁଅର ମୃତଦେହ ପାଇବା ଆଶାରେ ଝାଡଖଣ୍ଡ ପୁରୁଣା ସାହେବଗଞ୍ଜ ଅଞ୍ଚଳର ୬୫ ବର୍ଷୀୟା ମାଆ ଯଶୋଦା ଦେବୀ ଓ ଦିବ୍ୟାଙ୍ଗ ବାପା ଲକ୍ଷ୍ମଣ ଚୌଧୁରୀ ୨୪ଦିନ ହେବ ଏଠାରେ ରହି ଆସିଛନ୍ତି। ସେମାନଙ୍କ କହିବାନୁଯାୟୀ, ପୁଅର ମୃତ୍ୟୁ ଖବର ପାଇବା ପରେ ପ୍ରଥମେ ବଡ଼ ପୁଅ ଏଠାକୁ ଆସି ମୃତଦେହ ଚିହ୍ନଟ କରିଥିଲେ। ତା’ପରେ ମା’ବାପା ଆସିଥିଲେ। ହେଲେ ଡିଏନ୍‌ଏ ରିପୋର୍ଟ ଆସିବା ପରେ ମୃତଦେହ ଦିଆଯିବ ବୋଲି କହିବାରୁ ବଡ଼ପୁଅ ଗାଁକୁ ପଳାଇଛନ୍ତି। ହେଲେ ଶୁଦ୍ଧିକ୍ରିୟା କରିପାରୁ ନ ଥିବାରୁ ଗାଁରେ ତାଙ୍କୁ ବାସନ୍ଦ କରି ରଖିଛନ୍ତି। ବିନା କ୍ରିୟାକର୍ମରେ ଗାଁ ଲୋକ ଘର ପ୍ରବେଶକୁ ବାରଣ କରୁଛନ୍ତି। ତେଣୁ ଏଠାରେ ପଡି ରହିଛୁ ବୋଲି ସେମାନେ କହିଛନ୍ତି। ଯଶୋଦାଙ୍କ କହିବା ଅନୁଯାୟୀ, ଘଟଣାକୁ ୨୭ ଦିନ ବିତିଯିବ ନିଜ ପୁଅର ମୃତଦେହ ଦେଖିପାରିନାହୁଁ। ଦିବ୍ୟାଙ୍ଗ ବାପା ଲକ୍ଷ୍ମଣ କହିଛନ୍ତି, ସମସ୍ତ ଆଶା ବିଶ୍ୱାସ ଭାଙ୍ଗି ଦେଉଛି ଏମ୍‌ସ ହସ୍ପିଟାଲ। ଏବେ ମୃତଦେହ ମିଳିବ କି ନାହିଁ ତାହା ମଧ୍ୟ ସନ୍ଦେହ ଲାଗୁଛି। କେବଳ ଝାଡଖଣ୍ଡର ଏହି ପରିବାର ନୁହେଁ, ଏମିତି ଅନେକ ପରିବାର ମୃତଦେହ ପାଇବାକୁ ବହୁ ଦୁଃଖକଷ୍ଟ ଭିତରେ ଆଶା ବାନ୍ଧି ରହିଥିବାବେଳେ ଗାଁର ସାମାଜିକ କଟକଣା ସେମାନଙ୍କ ଜୀବନକୁ ଦହଗଞ୍ଜ କରୁଛି। ତେଣୁ ଶୀଘ୍ର ସେମାନଙ୍କ ଲୋକଙ୍କ ମୃତଦେହକୁ ଚିହ୍ନଟ କରି ହସ୍ତାନ୍ତର କରିବାକୁ ଦାବି କରିଛନ୍ତି।
ସୂଚନାନୁସାରେ, ଡିଏନ୍‌ଏ ରିପୋର୍ଟ ଆସିବା ପରେ ପ୍ରକୃତ ପରିବାରକୁ ସେମାନଙ୍କ ମୃତଦେହ ହସ୍ତାନ୍ତର କରାଯିବ। ଏଥିପାଇଁ ଦାବିଦାର ପରିବାରର ରହିବା ପାଇଁ ରେଳ ବିଭାଗ ତରଫରୁ ଗେଷ୍ଟ ହାଉସ୍‌ର ବ୍ୟବସ୍ଥା କରାଯାଇଛି। ସେମାନେ ରାତିରେ ଗେଷ୍ଟ ହାଉସ୍‌ରେ ରହିବା ସହ ବାକି ସବୁ ସମୟ ଏମ୍‌ସରେ କାଟୁଛନ୍ତି। କେତେବେଳେ ଡିଏନ୍‌ଏ ରିପୋର୍ଟ ଆସିବ ଓ ଏମ୍‌ସ କର୍ତ୍ତୃପକ୍ଷ କାହାକୁ ପୁଅ, ତ ଆଉ କାହାକୁ ପରିବାର ସଦସ୍ୟଙ୍କ ମୃତଦେହ ହସ୍ତାନ୍ତର କରିବ ତାହାକୁ ଅପେକ୍ଷା କରିଛନ୍ତି।

୧୦ରୁ ୧୫ ପରିବାରର ଡିଏନ୍‌ଏ ନମୁନା ମ୍ୟାଚିଂ

ଟ୍ରେନ୍‌ ଦୁର୍ଘଟଣାରେ ୮୧ ମୃତଦେହର ଚିହ୍ନଟ ଲାଗି ଉଭୟ ମୃତଦେହ ଓ ପରିବାର ସଦସ୍ୟଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇ ଦିଲ୍ଲୀସ୍ଥିତ ଏମ୍‌ସକୁ ପଠାଯାଇଛି। ବର୍ତ୍ତମାନ ସିବିଆଇ ଫୋରେନ୍‌ସିକ୍‌ ଲାବ୍‌ରେ ପରୀକ୍ଷା ଚାଲିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟ ଟେଷ୍ଟିଂରୁ ୧୦ରୁ ୧୫ ପରିବାରର ଡିଏନ୍‌ଏ ନମୁନା ମ୍ୟାଚିଂ କରିଛି। ଜୁଲାଇ ୮ ମଧ୍ୟରେ ଏହି ରିପୋର୍ଟ ଆସିପାରେ। ଏହାପରେ ସମ୍ପୃକ୍ତ ପରିବାରକୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇପାରେ। କିନ୍ତୁ ଏନେଇ ଏମ୍‌ସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏମ୍‌ସ ସୁପରିଣ୍ଟେଣ୍ଡେଣ୍ଟ ତଥା ଆନାଟୋମି ବିଭାଗର ପ୍ରଫେସର ପ୍ରଭାସ ରଞ୍ଜନ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ସମସ୍ତ ମୃତ ଶରୀରକୁ ଅଧିକ ଦିନ ସଂରକ୍ଷଣ କରିବା ଲାଗି ଚେଷ୍ଟା ଜାରି ରହିଛି। ବର୍ତ୍ତମାନ କଣ୍ଟେନରରେ ୮୧ ମୃତଦେହ ଥିବାବେଳେ ଦାବିଦାର ପରିବାର ଲୋକଙ୍କଠାରୁ ୯୦ଟି ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଛି। ସମସ୍ତ ଡିଏନ୍‌ଏ ନମୁନା ସିବିଆଇ ଫୋରେନ୍ସିକ ଲାବ୍‌ରେ ଟେଷ୍ଟି ଚାଲିଛି। ସାଧାରଣତଃ ଡିଏନ୍‌ଏ ନମୁନାର ଟେଷ୍ଟିଂ ପ୍ରକ୍ରିୟା ୨ରୁ ୩ମାସ ଲାଗିଥାଏ। କିନ୍ତୁ ଏପରିସ୍ଥଳେ ଶୀଘ୍ର କରିବାକୁ ଚେଷ୍ଟା ଜାରିରଖିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri