ରାତିରେ ଥରାଉଛି ଗାଁ

ବଇଣ୍ଡା,୧୭ା୨(ପରିକ୍ଷିତ ସାହୁ): ଗ୍ରାମ୍ୟ ଜଙ୍ଗଲରେ ଥିବା ପାହାଡ଼ ଫଟାଇ ଚାଲିଛି ପଥର ଲୁଟ୍‌। ବିଳମ୍ବିତ ରାତିରେ ଡିନାମାଇଟ୍‌ ଲଗାଇ କରାଯାଉଛି ବିସ୍ଫୋରଣ। ଏହାର ପ୍ରଭାବରେ ଥରିଉଠୁଛି ଆଖପାଖ ଗାଁ । ୭୫ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକେ। ଗତ ୫ ବର୍ଷ ହେଲା ଏକ ଠିକାସଂସ୍ଥା ଏପରି ବେଆଇନ କାର୍ଯ୍ୟ କରୁଥିବା ନେଇ ଆମ୍ବପାଳ ପଞ୍ଚାୟତର ଗୁରୁଜାଙ୍ଗ, ପଦ୍ମପୁର ଓ ବୃନ୍ଦାବନପୁର ଗ୍ରାମବାସୀ ଅନୁଗୋଳ ଜିଲା କିଶୋରନଗର ତହସିଲ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ସବୁକିଛି ଜାଣି ବି ତହସିଲ ପ୍ରଶାସନ ଅଜଣା ଭଳି ରହୁଛି। ଏପରି କି ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଜରିଆରେ ମଗାଯାଇଥିବା ତଥ୍ୟରେ ଉକ୍ତ ଅଞ୍ଚଳରେ କୌଣସି ପଥର ଖାଦାନ ନ ଥିବା ତହସିଲ ପକ୍ଷରୁ କୁହାଯିବା ପରେ ଆଶ୍ଚର୍ଯ୍ୟଚକିତ ଗ୍ରାମବାସୀ ମଙ୍ଗଳବାର ଜିଲା ପ୍ରଶାସନ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନେଇଥିବା ଏକ ଠିକାସଂସ୍ଥା ପକ୍ଷରୁ ୨୦୧୭ ଡିସେମ୍ବରରେ ଗୁରୁଜାଙ୍ଗ ନିକଟରେ ଏକ କ୍ରଶର ୟୁନିଟ୍‌ ସ୍ଥାପନ କରାଯାଇଥିଲା। ଏହି କ୍ରଶର ସ୍ଥାପନକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଥିଲେ ହେଁ ପ୍ରଶାସନ ଅନୁମତି ଦେଇଥିଲା। ଏହାପରେ ଠିକାସଂସ୍ଥା ଆମ୍ବପାଳ ପଞ୍ଚାୟତ ବୃନ୍ଦାବନପୁର ଖେସ ଗ୍ରାମ୍ୟ ଜଙ୍ଗଲରେ ଥିବା ପାହାଡ଼କୁ ବେଆଇନ ଭାବେ ଫଟାଇ ପଥର ବୋହି ଚାଲିଛି। ଦୈନିକ ବିଳମ୍ବିତ ରାତିରେ ଉକ୍ତ ଖାଦାନରେ ବ୍ଲାଷ୍ଟିଂ କରାଯାଉଛି। ଫଳରେ ନିକଟରେ ଥିବା ବୃନ୍ଦାବନପୁର ଗ୍ରାମର ୩୫ ଓ ପଦ୍ମପୁର ଗ୍ରାମର ୪୦ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ସରକାରୀ ଭାବେ ଏହି ପଥର ଖାଦାନ କାହାରିକୁ ଲିଜ୍‌ରେ ଦିଆଯାଇ ନ ଥିବା ଆର୍‌ଟିଆଇ ଜରିଆରେ କିଶୋରନଗର ତହସିଲ ପକ୍ଷରୁ ତଥ୍ୟ ଦିଆଯାଇଥିବା ବେଳେ କିଭଳି ୫ ବର୍ଷରୁ ଊଦ୍ଧ୍ୱର୍ର୍ ହେବ ଏହି ଖାଦାନରେ ବ୍ଲାଷ୍ଟିଂ କରାଯାଉଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କିଶୋରନଗର ତହସିଲ କାର୍ଯ୍ୟାଳୟର ଜଣେ ଅଧିକାରୀ ମୋଟା ଅଙ୍କର ଅର୍ଥ ନେଇ ଏହି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଥର ବ୍ଲାଷ୍ଟିଂ ସମୟରେ ଜୋର୍‌ଦାର ଶବ୍ଦ ହେଉଥିବା ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତହସିଲ ପ୍ରଶାସନର ତଥ୍ୟରେ ତାଳମେଳ ରହୁ ନ ଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ସନ୍ଦେହଜନକ ହୋଇଥିବାରୁ ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ବେଆଇନ ବ୍ଲାଷ୍ଟିଂରେ ରୋକ୍‌ ଲଗାଇବାକୁ ଗ୍ରାମବାସୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନି
ବେଆଇନ ବ୍ଲାଷ୍ଟିଂ ଯୋଗୁ ଗଁା ଲୋକେ ରାତିରେ ଠିକ୍‌ରେ ଶୋଇପାରୁ ନାହାନ୍ତି। ଏଥିସହ ନିକଟସ୍ଥ ଚାଷ ଜମିରେ ପଥର ଗୁଣ୍ଡ ପଡି ଉର୍ବରତା ନଷ୍ଟ କରୁଛି। ବ୍ଲାଷ୍ଟିଂ ବନ୍ଦ ପାଇଁ ବହୁବାର ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନାହିଁ।
-ଅକ୍ଷୟ ନାୟକ, ପଦ୍ମପୁର ଗ୍ରାମବାସୀ
ସଲାସୁତରାରେ କାର୍ଯ୍ୟ ହେଉଛି
ନିୟମିତ ବ୍ଲାଷ୍ଟିଂ ଯୋଗୁ ଅନେକ ଗ୍ରାମ କ୍ଷତିଗ୍ରସ୍ତ ହେଉଛି। ତହସିଲର କେତେଜଣ କର୍ମଚାରୀଙ୍କ ସହ ଠିକା ସଂସ୍ଥାର ସଲାସୁତରା ଥିବାରୁ ଏହି ବେଆଇନ କାର୍ଯ୍ୟ ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ।
-ସୁଲୋଚନା ବୀର, ସରପଞ୍ଚ
ଗର୍ତ୍ତରେ ପଡ଼ି ଜୀବଜନ୍ତୁ ମରୁଛନ୍ତି
ପଥର ଖାଦାନରେ ବ୍ଲାଷ୍ଟିଂ ଯୋଗୁ ଅନେକ ଘରର କାନ୍ଥ ଫାଟିଗଲାଣି। ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଥିସହ ଖାଦାନ ଗର୍ତ୍ତରେ ପଡ଼ି ଜୀବଜନ୍ତୁ ମୃତାହତ ହେଉଛନ୍ତି। ତୁରନ୍ତ ପଦକ୍ଷେପ ନିଆଯାଉ।
-କୁମାରୀ ଦେହୁରୀ, ପଦ୍ମପୁର
ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
୫ ବର୍ଷ ହେବ ବେଆଇନ ପଥର ବ୍ଲାଷ୍ଟିଂ କରାଯାଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯାନୁଷ୍ଠାନ ଗ୍ରହଣ କରନ୍ତୁ।
-ଘନଶ୍ୟାମ ବେହେରା, ଆଇନଜୀବୀ
କ୍ରଶରକୁ ଅନୁମତି ଦିଆଯାଇଛି
ଗୁରୁଜାଙ୍ଗ ଠାରେ ଥିବା କ୍ରଶର ୟୁନିଟ୍‌ ପାଇଁ ୫ ବର୍ଷ ପୂର୍ବେ ସରକାରୀ ସ୍ତରରେ ଅନୁମତି ଦିଆଯାଇଛି। କୌଣସି ବେଆଇନ କାର୍ଯ୍ୟ ହେଉନାହିଁ। ଘର ଫାଟିବା ସମ୍ପର୍କରେ ପ୍ରକୃତ କାରଣ ଜଣାପଡ଼ି ନାହିଁ।
-ଶାନ୍ତିସ୍ବରୂପ ମିଶ୍ର, ତହସିଲଦାର


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri