Posted inଫୁରସତ

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଏହି ଦେଶକୁ ସମ୍ପୂର୍ଣ୍ଣ ଭାବେ ଚଳାଇବାକୁ ସକ୍ଷମ ନୁହନ୍ତି। ଏଥିଲାଗି ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ। ଏଥିଲାଗି ଦେଶର ପ୍ରତ୍ୟେକ କୋଣରେ ଗଣତନ୍ତ୍ରକୁ ସ୍ଥାପନା କରିବା ଉଦ୍ଦେଶ୍ୟରେ ପଞ୍ଚାୟତି ରାଜ ବ୍ୟବସ୍ଥା ଆରମ୍ଭ ହୋଇଛି। ଗ୍ରାମୀଣ ଅଞ୍ଚଳର ଲୋକେ ନିଜର ରାୟ ରଖିବା ସହ ବିକାଶ ଏବଂ ସଶକ୍ତିକରଣର ଅଂଶ ହେବା ଏହି ବ୍ୟବସ୍ଥା ପ୍ରଣୟନର ଉଦ୍ଦେଶ୍ୟ।
ବର୍ଷ ୨୪ ଏପ୍ରିଲରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ବୁଧବାରରେ ପଡ଼ିଛି। ତେବେ ୨୦୧୦ରେ ପ୍ରଥମ ପଞ୍ଚାୟତି ରାଜ ଦିବସ ପାଳନ ହୋଇଥିଲା। ଏହାକୁ ୧୯୯୩ରେ ୭୩ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ ଅନୁଯାୟୀ ପଞ୍ଚାୟତି ରାଜ ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା। ପଞ୍ଚାୟତି ରାଜ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ୨୪ ଏପ୍ରିଲକୁ ଜାତୀୟ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରିଥାଏ। ପଞ୍ଚାୟତି ରାଜ ବ୍ୟବସ୍ଥା ମୁତାବକ ଗ୍ରାମ ସ୍ତରରେ ଗ୍ରାମସଭା, ବ୍ଲକ ସ୍ତରରେ ମଣ୍ଡଳ ପରିଷଦ ଏବଂ ଜିଲା ସ୍ତରରେ ଜିଲା ପରିଷଦ ରହିଛି। ଏହି ସମସ୍ତ ସଂସ୍ଥା ପାଇଁ ନିର୍ବାଚିତ ସଦସ୍ୟ ତୃଣମୂଳସ୍ତରରେ ଶାସନକୁ ସମ୍ଭାଳିଥାନ୍ତି। ଏହା ଦ୍ୱାରା ଶାସନ ବ୍ୟବସ୍ଥା ତୃଣମୂଳସ୍ତରରେ ପହଞ୍ଚି ପାରିଛି।
ଗ୍ରାମଗୁଡିକୁ ନିଜସ୍ବ କାର୍ଯ୍ୟକଳାପ କରିବା ପାଇଁ ଏହି ବ୍ୟବସ୍ଥା ଦାୟିତ୍ୱ ପ୍ରଦାନ କରିଥାଏ। ବଲୱନ୍ତ ରାୟ ମେହେଟ୍ଟା ଗ୍ରାମ ପଞ୍ଚାୟତର ବିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ତାଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ ମଧ୍ୟ କୁହାଯାଇଥାଏ। ଏହି ଦିନ ଦେଶର ପଞ୍ଚାୟତଗୁଡିକର ବିଭିନ୍ନ ପ୍ରତିନିଧିମାନେ ଆୟୋଜିତ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଏନେଇ ସଚେତନତା ସୃଷ୍ଟିର ଉଦ୍ୟମ କରିଥାନ୍ତି।
ଏପ୍ରିଲ ୨୦୧୦ରେ ଏହି ଦିବସ ପ୍ରଥମ ଥର ପାଇଁପାଳନ କରାଯାଇଥିଲା। ୭୩ ତମ ସଂଶୋଧନ ଅଧିନିୟମ ୧୯୯୨ ଅନୁଯାୟୀ, ତୃଣମୂଳ ସ୍ତରର କ୍ଷମତା ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତିରାଜ ନାମରେ ପରିଚିତ ଅନୁଷ୍ଠାନର ମୂଳଦୁଆ ଆରମ୍ଭ ହୋଇଥିଲା। ଏହାସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟର କାର୍ଯ୍ୟ ପରିସରକୁ ଏକ ବ୍ୟବସ୍ଥିତ ଆଧାର ପ୍ରଦାନ କରିଥିଲା। ୧୯୫୭ରେ ଏନେଇ କମିଟି ଗଠନ ହେବା ପରେ ପଞ୍ଚାୟତିରାଜ ଭାବନା କାର୍ଯ୍ୟକାରୀ ହୋଇଥିଲା। ୧୯୫୯ରେ ରାଜସ୍ଥାନ ପ୍ରଥମ ରାଜ୍ୟ ଭାବରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦେଶକୁ ଆଣିଥିଲା।ଏହି ବିଲ ୨୨ ଡିସେମ୍ବର ୧୯୯୨ରେ ଲୋକ ସଭା ଏବଂ ୨୩ ଡିସେମ୍ବର ୧୯୯୨ରେ ରାଜ୍ୟ ସଭା ଦ୍ୱାରା ଗୃହୀତ ହୋଇଥିଲା। ପରେ ଏହା ୧୭ଟି ରାଜ୍ୟ ବିଧାନସଭା ଦ୍ୱାରା ଅନୁମୋଦିତ ହୋଇଥିଲ। ୧୯୯୩ ଏପ୍ରିଲ ୨୩ରେ ଏହା ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିଲା। ଏହି ନିୟମ ୨୪ ଏପ୍ରିଲ ୧୯୯୩ରୁ କାର୍ଯ୍ୟକାରୀ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୨୪ ଏପ୍ରିଲ ୨୦୧୦ରେ ପ୍ରଥମ ଜାତୀୟ ପଞ୍ଚାୟତିରାଜ ଦିବସ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri