ଅଦିନିଆ ବର୍ଷାରେ ବେହାଲ ସାନ ଆର୍ଜିପଲ୍ଲୀ ଗାଁ

ଛତ୍ରପୁର, ୬।୧୨(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ ଅଦିନିଆ ବର୍ଷାରେ ବେହାଲ ହୋଇଛି । ଲଗାଣ ବର୍ଷା ଯୋଗୁ ଗ୍ରାମର ମୁଖ୍ୟ ରାସ୍ତାରେ ପାଣି ଜମି ରହିଛି । ଏ ନେଇ ଅନେକ ସମସ୍ୟା ହେଉଥିବାରୁ
ଗ୍ରାମବାସୀ ଚିନ୍ତାରେ ଅଛନ୍ତି । ଗ୍ରାମରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ଟିକେ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି । ଏଣୁ ଡ୍ରେନେଜ୍‌ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ କହିଛନ୍ତି।