Categories: ଗଞ୍ଜାମ

ଅଦିନିଆ ବର୍ଷାରେ ବୁଡ଼ିଲା ଗାଁ

ଛତ୍ରପୁର,୬ା୧୨(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷାରେ ବେହାଲ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗାଁ। ଲଗାଣ ବର୍ଷା ଯୋଗୁ ଗ୍ରାମର ମୁଖ୍ୟ ରାସ୍ତାରେ ପାଣି ଜମି ରହିଛି। ଏହା ଦ୍ୱାରା ଡେଙ୍ଗୁ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଗ୍ରାମବାସୀ ଚିନ୍ତାରେ ଅଛନ୍ତି। ଗ୍ରାମରେ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଟିକେ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି। ଏଣୁ ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ଅଞ୍ଚଳ ବାସିନ୍ଦା ଦାବି କରିଛନ୍ତି।