ମହାକାଳପଡ଼ା,୧୮ା୫(ଡି.ଏନ୍.ଏ.): ସୋମବାର ପୂର୍ଣ୍ଣିମା ତିଥିରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅଧୀନ ପାଣିଖିଆ ସାନ୍ତାଳପଡ଼ା ଗାଁର ମୁଖ୍ୟ ବନ୍ଧରେ ୩୦ଫୁଟର ଖାଇ ସୃଷ୍ଟି ହୋଇଛି। ପାଣିଖିଆ ଗ୍ରାମ ସମୁଦ୍ର ଜଳ ଘେରରେ ରହିଛି। ସାନ୍ତାଳପଡ଼ାର ମୁଗୁଲୁ ସୋରେନ, ରାଧେଶାମ କିସ୍କୁଙ୍କ ପରିବାର ସମେତ ବହୁ ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ଲୁଣି ପାଣି ଜମି ରହିଛି। ଏଥିପାଇଁ ସେମାନଙ୍କ ଘରେ ଗତ ୨ ଦିନ ହେବ ଚୂଲି ଜଳି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ଏହି ପଡ଼ାରେ ୫୦ରୁ ଊର୍ଦ୍ଧ୍ୱ ସାନ୍ତଳ ପରିବାର ବସବାସ କରନ୍ତି। ସେହି ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ସୃଷ୍ଟି ହୋଇଥିବା ଘାଇ ତୁରନ୍ତ ମରାମତି କରିବାକୁ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।