ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ପଞ୍ଚାୟତବାସୀ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଉପରେ ହିଁ ଗୁଆଲଡିହ ରେଳ ଷ୍ଟେଶନ ରହିଛି । ରାସ୍ତା ମରାମତି କିମ୍ବା ପିଚୁ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ଯୋଗୁ ଲୋକେ ଯମଯନ୍ତ୍ରଣା ଭୋଗୁଛନ୍ତି।

ଗତ ଲଘୁଚାପ ଜନିତ ବର୍ଷାରେ ରାସ୍ତା ଖରାପ ହୋଇଯାଇଛି। ଯାହାକୁ ପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ ଆଜି ସ୍ଥାନୀୟ ଗ୍ରାମର ଈଶ୍ୱର ମୁଣ୍ଡା, ଭଦ୍ର ମୁଣ୍ଡା, ଆକାଶ ମୁଣ୍ଡା, ଚୁଲୁ ମୁଣ୍ଡା, ଡଡ ମୁଣ୍ଡା, କନ୍ଦା ମୁଣ୍ଡା, କନ୍ଦାଚାତ୍ତର ମୁଣ୍ଡା ପ୍ରମୁଖଙ୍କ ପ୍ରଚେଷ୍ଟା ଦାରା ଖାଲ ସ୍ଥାନକୁ ମାଟି ଏବଂ କାରଖାନାର ବର୍ଯ୍ୟ ବସ୍ତୁ ପକାଇ ରାସ୍ତା ମରାମତି କରିଛନ୍ତି। ପ୍ରକାଶ ଯେ ଏହି ରାସ୍ତା ମରାମତି କିମ୍ବା ପିଚୁ ନିମନ୍ତେ ସ୍ଥାନୀୟଅଧିବାସୀମାନେ ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ ଏଯାଏ କୌଣସି ଫଳ ପ୍ରଦ ହେଉନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସେପଟେ ରାସ୍ତାର ଦୂରବସ୍ଥା ଯୋଗୁ କୌଣସି ଅତ୍ୟାବଶ୍ୟକ ଯାନ ମଧ୍ୟ ଯିବା ଆସିବା କରୁନାହିଁ ଯାହା ଫଳରେ ଲୋକେ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଶର୍ଟସର୍କିଟରୁ ନିଆଁଲାଗି ଜଳିଗଲା ଟ୍ରକ୍‌

ଲାଞ୍ଜିଗଡ଼,୨୮ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ ଭବାନୀପାଟଣା-ରାୟଗଡା ୬ନଂ. ରାଜ୍ୟ ରାଜପଥ କିଡିଙ୍ଗ ଗ୍ରାମ ନିକଟରେ...

ବାଘ ଆକ୍ରମଣରେ ଗାଈର ମୃତ୍ୟୁ ସନ୍ଦେହ

ଲାଞ୍ଜିଗଡ଼,୨୮ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ କାନକୁଟରୁଠାରେ ରବିବାର ବାଘ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।...

ଗୋଟିଏ ନମ୍ବର ପ୍ଲେଟରେ ୨ ବସ୍‌ ଜବତ କଲା ପରିବହନ ଓ ପୋଲିସ ବିଭାଗ

ଭବାନୀପାଟଣା,୨୮ା୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ସମାନ ନମ୍ବର ପ୍ଲେଟ ଥାଇ ୨ଟି ଘରୋଇ ବସ୍‌ ଚାଲୁଥିବାବେଳେ ପରିବହନ ଓ ପୋଲିସ ବିଭାଗ ହାତରେ...

ମେ ୨ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା, ଆଲର୍ଟ ଜାରି

ଭୁବନେଶ୍ୱର,୨୮।୪: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମେ ୨ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ୨୯...

ରାସ୍ତା ନିର୍ମାଣ ବେଳେ ପେଟି ଠିକାଦାରଙ୍କୁ ଆକ୍ରମଣ

କେସିଙ୍ଗା,୨୮ା୪ (ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ମଶାଣିବନ୍ଧ ଗ୍ରାମଠାରେ ଆର୍‌ଡ଼ି ବିଭାଗ ପକ୍ଷରୁ ରାସ୍ତାକାମ ଚାଲୁରହିଛି। ଏପରିସ୍ଥଳେ ଗ୍ରାମର...

ନାବାଳିକା ଶାଳୀଙ୍କୁ ବଳାତ୍କାର କରୁଥିଲେ ଭିଣେଇ, ସେ ଗର୍ଭବତୀ ଥିବା ଜଣାଇବା ପରେ…

ଦିଗପହଣ୍ଡି,୨୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା...

ବଜ୍ରାପାତରେ ଯୁବକ ଗୁରୁତର

ଦିଗପହଣ୍ଡି,୨୮ା୪(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ୍‌ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରାପାତରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ମା’ ବଡରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଝାଲିଆଗୋଛାକୁ ହରାଇ ଛେଦାଭୂମୀ ଚାମ୍ପିୟନ

ଭଞ୍ଜନଗର,୨୮।୪ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଛା ଠାରେ ଚାଲିଥିବା ମା’ ବଡରାଉଳ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image