ଜଙ୍ଗଲ ନିଆଁ ଲିଭାଉଛନ୍ତି ଗ୍ରାମବାସୀ, ବିଭାଗୀୟ କର୍ମଚାରୀଙ୍କ ଦେଖାନାହିଁ

ନୂଆପଡ଼ା ଅଫିସ,୧୯।୩ :  ନୂଆପଡ଼ା ସଦର ବ୍ଲକ ସୀମାନ୍ତ ଅଞ୍ଚଳ ସିରିଗିଡି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ଧ୍ୱଂସ ହେବାକୁ ବସିଲାଣି। ନିଆଁର ପ୍ରକୋପ ଏତେ ଯୋରରେ ବଢିଚାଲିଛି ଯେ, ଆୟତ୍ତ କରିବା କଷ୍ଟକର ହେଉଛି। ଜଙ୍ଗଲ ତଳି ଗାଁକୁ ନିଆଁ ମାଡ଼ି ଆସିବା ଆଶଙ୍କା କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହେଲେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ କିମ୍ବା ବନ ବିଭାଗ କର୍ମଚାରୀ ଯାଇନାହାନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ନିଆଁ ଲିଭା କାର୍ଯ୍ୟ ଚାଲିଛି। ଜଙ୍ଗଲରେ ଔଷଧିୟ ଗୁଲ୍ମ ଜାତୀୟ ଗଛ ପୋଡି ନଷ୍ଟ ହେଉଥିବା ବେଳେ ଜଙ୍ଗଲି ଜୀବଜନ୍ତୁ ନିଆଁରେ ପୋଡି ଜୀବନ ହରାଉଛନ୍ତି। ଏହି ସଂକ୍ରାନ୍ତରେ ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ପ୍ରତିକ୍ରିୟା ମିଳି ନାହିଁ।

Share