ଫଟା ପାଇପ୍‌ରୁ ପାଣି ନେଉଛନ୍ତି ଗ୍ରାମବାସୀ

କଣାସ,୨।୧୧(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ବର୍ଷାସାରା ପାନୀୟ ଜଳ ସମସ୍ୟା ଲାଗି ରହିଛି। ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ କେତୋଟି ଗ୍ରାମପଞ୍ଚାୟତରେ ହାତ ଗଣତି ଭାବେ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ଅନେକ ପାଇପ୍‌ ଜଳ ପ୍ରକଳ୍ପର ଷ୍ଟାଣ୍ଡ ପୋଷ୍ଟରୁ ସବୁବେଳେ ପାଣି ବହାରୁଛି ତ କେତେକ ସ୍ଥାନରେ ପାଇପ୍‌ ଫାଟି ପାଣି ବାହାରି ନଷ୍ଟ ହେଉଛି। ଏପରି କି ଫାଟିଥିବା ସ୍ଥାନରୁ କିଛିଲୋକ ଦୟନୀୟ ଅବସ୍ଥାରେ ପାନୀୟ ଜଳ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ଗୋପୀନାଥପୁର ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଦେଖିବାକୁ ମିଳିଛି। ସେଠାରେ ୭ ଦିନ ହେବ ପାଇପ୍‌ ଫାଟି ଜଳ ଭାସୁଛି। ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ, ପାଇପ ରକ୍ଷଣା ବେକ୍ଷଣ ଦାୟିତ୍ୱ ସରପଞ୍ଚଙ୍କର ବୋଲି ସେ କହିଥିଲେ। ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ, କେତେକ ବ୍ୟକ୍ତି ନିଜ ନିଜର ସୁବିଧା ପାଇଁ ନିଜ ନିଜର ଘର ନିକଟରେ ପାଇପ ଫଟାଇ ଜଳ ନେଉଛନ୍ତି। ଆମେ କାହା ନାମରେ ଏତଲା ଦେବୁ ବୋଲି ସେ କହିଥିଲେ।

Share