ଖଇରା,୨୬ା୮(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର ଗ୍ରାମବାସୀ ମିଳିତ ଭାବେ ସୋର-କୁପାରୀ ରାସ୍ତାକୁ ବଟେଶ୍ବରଠାରେ ଅବରୋଧ କରିଛନ୍ତି। ପରିବାରକୁ କ୍ଷତିପୂରଣ ବାବଦରେ ୧୦ଲକ୍ଷ ଟଙ୍କା, ନାଳ ଉପରେ ପୋଲ ତଥା ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଉପରେ ଅପରାହ୍ନ ୧ଟାଠାରୁ ବସି ରହିଛନ୍ତି ା ଖଇରା ପୋଲିସ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି ା ଧନଞ୍ଜୟ ଅନତି ଦୂରରେ ଥିବା ନିଜ ମାମୁଘର କଣ୍ଟାପଡ଼ା ଶାସନକୁ ବୁଲିବାକୁ ଆସି ଗୁରୁବାର ସକାଳେ ଅନ୍ୟ ୨ ସାଙ୍ଗଙ୍କ ସହ ନାଳ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଇରା ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।