ଜି.ଉଦୟଗିରି,୨୬।୬ (ଡି.ଏନ.ଏ.): ଜି.ଉଦୟଗିରି ଏନ୍ଏସିଠାରୁ ମାତ୍ର ଏକ କି.ମି.ଦୂରରେ ଥିବା ପାଜିମାହା ଗଁାକୁ ବର୍ତ୍ତମାନ ସୁଦ୍ଧା ରାସ୍ତା ନିର୍ମାଣ ହୋଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୀର୍ଘ ବର୍ଷ ହେଲା ରାସ୍ତା ନିର୍ମାଣ ପାଇଁ ଗଁା ଲୋକ ଦାବିକରି ଆସୁଥିଲ ମଧ୍ୟ ସେମାନଙ୍କ ଦାବିକୁ କେହି ଶୁଣୁନାହାନ୍ତି। ଜି.ଉଦୟଗିରି ଏନ୍ଏସିର ପଦାସାହିଠାରୁ ଏହି ଗଁାର ଦୂରତ୍ୱ ମାତ୍ର ୧ କି.ମି.। ଅଧ କିଲୋମିଟର ଏନ୍ଏସିର ହୋଇଥିବା ବେଳେ ଆଉ ଅଧ କିଲୋମିଟର କଳିଙ୍ଗା ପଞ୍ଚାୟତ ଅଧୀନରେ ରହିଛି। ପାଜିମାହା ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ବିଡିଓ, ଜିଲାପାଳଙ୍କ ନିକଟରେ ଅଭିଯୋଗ କରି ଆସୁଥିବା ବେଳେ କେହି ଗୁହାରି ଶୁଣୁନାହାନ୍ତି। ରାସ୍ତା ନ ଥିବାରୁ ଗ୍ରାମବାସୀ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଜରୁରିକାଳୀନ ସେବା, କୌଣସି ଗୁରୁତର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା କିମ୍ବା ଅଗ୍ନିଶମ ଗାଡି ପହଞ୍ଚିବା ଅସମ୍ଭବ ହୋଇଛି। ତେଣୁ ସାମୂହିକ ସ୍ବାର୍ଥକୁ ବିଚାର କରି ଜରୁରିକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବାକୁ ଗ୍ରାମର ମହେନ୍ଦ୍ର ପ୍ରଧାନ, ଶିବରାମ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, କବିରାଜ ପ୍ରଧାନ ଓ ଗୌର ଚନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।