କ୍ଷତିପୂରଣ ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ପାଟଣା,୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜତଣ୍ଡ ବିଟ ରୋହଣି ଦୁମା ଗ୍ରାମର ଅନନ୍ତ ମାଝୀଙ୍କର ଗୁରୁବାର ସାରେ ରାସ୍ତାରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଅନନ୍ତଙ୍କୁ ହତ୍ୟା କରାଯାଇଛି କି ବନ୍ୟଜନ୍ତୁ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଶୁକ୍ରବାର ଏହି ଘଟଣାକୁ ନେଇ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବା ବାଘ ଆକ୍ରମଣରେ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋହିଣୀ ଦୁମା ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ପାଟଣା ରେଞ୍ଜର ଘାସୀନାଥ ପାତ୍ରଙ୍କ ସହ ବନ ବିଭାଗ ଗାଡିକୁ ଅଟକ ରଖିଛନ୍ତି। କ୍ଷତିପୂରଣ ସହ ଜନସାଧାରଣଙ୍କ ସୁରକ୍ଷା ଦାବିରେ ଉତ୍ତ୍ୟକ୍ତ ଲୋକେ ବନ ବିଭାଗ ଗାଡିକୁ ଘେରି ଆନ୍ଦୋଳନ ଚଳାଇଛନ୍ତି।

Share