Advertisement

ଭୋଟ୍‌ ଦେବାକୁ ଆସିଲେନି ଗ୍ରାମବାସୀ, ଖାଲିପଡ଼ିଛି ବୁଥ୍‌

ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବାଉଁଶଅଣ୍ଟା(ବଡ଼) ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟା ଏବଂ ଜନହିତକର ଯୋଜନାରୁ ବାଦ୍‌ ପଡ଼ିଥିବା ଅଭିଯୋଗରେ ଗୁରୁବାର ଭୋଟ୍‌ ବର୍ଜନ କରିଛନ୍ତି। ୧୮ ଏବଂ ୧୯ ନମ୍ବର ବୁଥ୍‌ରେ ୪୦୬ ଭୋଟର ରହିଛନ୍ତି। ଭୋଟରମାନଙ୍କ ଅଭିଯୋଗ ଅନୁସାରେ ୨୦୧୭ ପୂର୍ବରୁ ବାଉଁଶଅଣ୍ଟା(ବଡ଼) ଜାବରା ପଞ୍ଚାୟତ ଅଧୀନରେ ରହିଥିଲା। ତେବେ ପଞ୍ଚାୟତ ପୁନଗର୍ଠନ ହେବା ପରେ ଏହି ଗ୍ରାମ ଶ୍ରୀବନ୍ତପୁର ପଞ୍ଚାୟତରେ ରହିଲା। ସେହିଦିନ ଠାରୁ ଉକ୍ତ ଗ୍ରାମକୁ ଅବହେଳା କରାଯାଉଛି । ବିଭିନ୍ନ ଭତ୍ତା, ଆବାସ ଯୋଜନା ଆଜି ବି ଜାବରା ପଞ୍ଚାୟତ ଅଧୀନରେ ରହିଛି। ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ ଅଦି ମୌଳିକ ସମସ୍ୟା ଏଠାରେ ଲାଗି ଲହିଛି। ତେଣୁ ଗ୍ରାମବାସୀଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ସମୂହ ଭୋଟ୍‌ ବର୍ଜନ କରାଯାଇଛି। ଫଳରେ ବୁଥ୍‌ ଖାଲି ପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share