ଶୁଣିଲାନି ପ୍ରଶାସନ, ନିଜ ଉଦ୍ୟମରେ ନାଳ ଖୋଳିଲେ ଗ୍ରାମବାସୀ

ଗଞ୍ଜାମ,୨୦ା୭(ଡି.ଏନ୍‌.ଏ.): ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଜାଗା ଥିବା ହେତୁ ଗଳାଶଙ୍ଖ ଦେଇ ପାଣି ନିଷ୍କାସନ ହୋଇ ପାରୁ ନ ଥିଲା। ଯାହା ଫଳରେ ବର୍ଷା ଦିନ ହେଲେ ପୁଇଁତୋଳା ଗ୍ରାମବାସୀ ବହୁତ ହଇରାଣ ହେଉଥିଲେ। ଦୀର୍ଘଦିନ ପର୍ଯ୍ୟନ୍ତ ଉକ୍ତ ବର୍ଷା ଜଳଜମିବା ସହ ଘରେ ପାଣି ଯାଉଥିଲା। ଏନେଇ ଗ୍ରାମବାସୀ ଏନ୍‌ଏସି ପ୍ରଶାସନଠାରେ ବାରମ୍ବାର ଦାବି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିଲା। ବର୍ତ୍ତମାନ ଗ୍ରାମର କିଛି ବ୍ୟକ୍ତି ଉକ୍ତ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରି ବୁଧବାର ଜେସିବି ମେଶିନ ଦ୍ୱାରା ଉକ୍ତ ନାଳ ଖୋଲା ଯାଇଥିଲା। ଅନ୍ୟପଟେ ଉକ୍ତ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଚାଷ କ୍ଷତିଗ୍ରସ୍ତ ମଧ୍ୟ ହେଉଥିଲା। ଖୋଲାଯିବା ବେଳେ ଭଗବାନ ପ୍ରଧାନ, ବିଶ୍ୱନାଥ ବିଶ୍ୱାଳ, ପ୍ରକାଶ ରାଉଳ, ସୁଶାନ୍ତ ତରାଇ, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share