କ୍ରଶର ବନ୍ଦ ଦାବିରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ପାଟଣା,୧୦ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅନ୍ତର୍ଗତ ଅଙ୍କୁରା ସ୍କୁଲ ସାହି ନିକଟରେ ଥିବା ଏକ ଠିକାସଂସ୍ଥାର କ୍ରଶର ପାଇଁ ନିକଟ ହୁଡ଼ିରେ ରବିବାର ଅପରାହ୍ନରେ ଡିନାମାଇଟ ବ୍ଲାଷ୍ଟ କରିବା ସମୟରେ ଅଘଟଣ ଘଟିଥିଲା। ବ୍ଲାଷ୍ଟିଂ ଫଳରେ ୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର କାନ୍ଥ ଫାଟିଯାଇଥିଲା। କ୍ରଶର ବନ୍ଦ ଦାବିରେ ଉତ୍ତେଜିତ ଲୋକେ ୨ କ୍ରଶର କର୍ମଚାରୀଙ୍କୁ ଅଟକ ରଖିଥିଲେ। ରବିବାର ରାତିରେ ଏସ୍‌ଡିପିଓ ଆଲୋକ ଜେନା ଲୋକଙ୍କୁ ବୁଝାସୁଝା କରି ଥାନାକୁ ନେଇଛନ୍ତି।

ସୋମବାର ସକାଳୁ ମଧ୍ୟ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି। କ୍ରଶର ବନ୍ଦ ଓ ଜୀବନ ପ୍ରତି ଭୟ ଥିବା ଆଶଙ୍କା କରି ଅଙ୍କୁରା ଉଚ ପ୍ରାଥମିକ ବିଦ୍ୟାଳୟର ଗେଟ୍‌ରେ ଲୋକେ ତାଲା ପକାଇ ଦେଇଛନ୍ତି। ଏନେଇ ସ୍କୁଲ ଶିକ୍ଷକ ଯୁଧିଷ୍ଠିର ମହାନ୍ତଙ୍କୁ ପଚାରିବାରୁ ସ୍କୁଲ ଭିତରେ କ୍ରଶର ପାଇଁ ହୁଡ଼ିରେ ବ୍ଲାଷ୍ଟ ହେଉଥିବା ପଥର ପଡୁଥିବାରୁ ସ୍କୁଲରେ ତାଲା ପକାଇଥିବା ନେଇ ଦରଖାସ୍ତକୁ ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କୁ ପ୍ରଦାନ କରାଯାଇଛି। ଘଟଣାସ୍ଥଳରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଓ ଏସ୍‌ଡିପିଓ ଆଲୋକ ଜେନା ପହଞ୍ଚି ପ୍ରଭାବିତଙ୍କ ଘର ପରିଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

ନୂଆ ବିଡିଓଙ୍କୁ ଭେଟିଲେ ବ୍ଲକ ଅଧ୍ୟକ୍ଷ-ସମିତିସଭ୍ୟ, ଅଞ୍ଚଳର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂଆ ଭାବରେ ଯୋଗ ଦେଇଥିବା ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ସ୍ବାଗତ ଜଣାଇଛନ୍ତି ଅଧ୍ୟକ୍ଷ ଏବଂ ସମତିସଭ୍ୟାସଭ୍ୟ।...

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି, ଗାଡ଼ି-ଷ୍ଟ୍ରିଟ୍‌ ଲାଇଟ୍‌ରୁ ଚୋରି କରି ନେଉଛନ୍ତି

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି। ୫୯ ନଂ ଜାତୀୟ ରାଜପଥ ପକ୍ଷରୁ ରାଜପଥ କଡ଼ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସୋଲାର ପ୍ୟାନେଲ ସହ...

ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା

କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ।...

ବରାହିପୁର ସରପଞ୍ଚ ନିଲମ୍ବିତ

ମାହାଙ୍ଗା,୨୮ା୧୦(ଯଯାତି ସିଂହ): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ବରାହିପୁର ପଞ୍ଚାୟତରେ ସରକାରୀ ଅର୍ଥ ତୋସାରପାତ ଅଭିଯୋଗରେ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri