ଜୁନାଗଡ଼,୩ା୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼- ସାନଫୁର୍ଲା ରାସ୍ତା ଦୀର୍ଘଦିନ ହେବ ଶୋଚନୀୟ ଅବସ୍ଥାରେ ରହିଛି। ଫଳରେ ଉଭୟ ଗ୍ରାମବାସୀ ଯାତାୟାତ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷ କରି ଏବେ ବର୍ଷା ସମୟରେ ଏହି ରାସ୍ତାର ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ରାସ୍ତାର ଚାରିଆଡ଼େ ଖାଲଖମା ସହ ଆଣ୍ଠୁଏ କାଦୁଅ ହୋଇଛି। ଏଥିପ୍ରତି ବ୍ଲକ ପ୍ରଶାସନ ତଥା ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବାରୁ ଗୁରୁବାର ସ୍ଥାନୀୟ ଗ୍ରାମବାସୀ ଏହାର ପ୍ରତିବାଦ କରି ରାସ୍ତାରେ ଧାନ ରୋଉଥିବା ଦେଖିବାକୁ ମିଳିଥିଲା। ଏପଟେ ଏହି ରାସ୍ତା ମରାମତି ପାଇଁ ଟଙ୍କା ଆସିଥିବାବେଳେ ବର୍ଷା ଯୋଗୁ ଏହା ମରାମତି ହୋଇ ପାରିଲା ନାହିଁ। ଶୀଘ୍ର ମରାମତି କରାଯିବ