ଗୋ’ ମାଂସ ବୋଝେଇ କଣ୍ଟେନର ଜବତ କଲେ ଗ୍ରାମବାସୀ

ଛତ୍ରପୁର,୩୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଜାତୀୟ ରାଜପଥ ପୋକୁଡିବନ୍ଧ ଛକ ନିକଟରେ ଏକ କଣ୍ଟେନର ଯୋଗେ ବିପୁଳ ପରିମାଣର ଗୋ’ ମାଂସ ଧରି ଖୋର୍ଦ୍ଧାରୁ ବିଶାଖାପାଟନମ୍‌ ଯାଉଥିବା ବେଳେ ବଜରଙ୍ଗ ଦଳ ଅଟକାଇଥିଲେ। ପରେ ପୋଲିସକୁ ଖବର ଦେଇଥିଲେ। ଉକ୍ତ କଣ୍ଟେନରରୁ ବହୁ ପରିମାଣର ଗୋ’ ମାଂସ ଥିବା ପ୍ୟାକେଟ ମିଳିଥିଲା। ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗ ଦଳ ପକ୍ଷରୁ ଗାଡ଼ି ଚାଳକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା କେବଳ ଆଜିର ଘଟଣା ନୁହେଁ, ବାରମ୍ବାର ଏହିଭଳି ଘଟଣା ଦେଖିବାକୁ ମିଳୁଛି। କିଏ ଏହି ଗୋ’ ମାଂସ ଚାଲାଣର ମାଷ୍ଟରମାଇଣ୍ଡ୍‌ ତାଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ…

ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ...

ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ

ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ...

ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ

କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି।...

କଣ୍ଟେନର, କାରରେ ହେଉଥିଲା ଗଞ୍ଜେଇ ଚାଲାଣ

ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ଟିମ୍‌ ଏକ କଣ୍ଟେନର, କାର ସହିତ ୪୧୬ କେଜି ଗଞ୍ଜେଇ ଜବତ କରିଛି। ଏପରିକି ଘଟଣାରେ...

ଯାତ୍ରୀଙ୍କୁ ଧରିଯାଉଥିବା ବସ୍‌ ଓଲଟିଲା: ୧୦ଆହତ ୨ଗୁରୁତର

ଗଜପତି,୮।୭: ଗଜପତି ଜିଲା ଉଲିଆପଦା ଗାଁରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ଧରିଯାଉଥିବା ଏକ ଘରୋଇ ବସ୍‌ ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି...

ନବଦିନାତ୍ମକଯାତ୍ରା: ଶରଧାବାଲିରେ ତିନିରଥ

ପୁରୀ,୮।୯: ରବିବାର ଆରମ୍ଭ ହୋଇଛି ନବଦିନାତ୍ମକଯାତ୍ରା। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଆସିଛନ୍ତି ମହାବାହୁ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ...

ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା

ବଲାଙ୍ଗୀର, ୮।୭- (ସୁନୀଲ ମହାନ୍ତି , ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଲା ଥାନା ଶିଶକେଲା ଗ୍ରାମ ପଞ୍ଚାୟତର ଭୋଏରପଡା ଗାଁରେ ସୋମବାର ଏକ ଅଭାବନୀୟ...

ସାପ କାମୁଡାରେ ଆଦିବାସୀ ହଷ୍ଟେଲ ଛାତ୍ରୀଙ୍କ ଚାଲିଗଲା ଜୀବନ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦରପଙ୍ଗିଆ ସେବାଶ୍ରମ ସ୍କୁଲର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri