ପାଟଣା,୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨ ସପ୍ତାହରୁ ଊଦ୍ଧର୍ବ ସମୟ ହେବ ୨୩ ଟିକିଆ ବଣୁଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଏଥିରେ ଅତିଷ୍ଠ ହୋଇ ଉତ୍ୟକ୍ତ ଗାଁଲୋକେ ବୁଧବାର ସକାଳୁ ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ କଟରେ ବନବିଭାଗର ସାହାରପଡ଼ା ସେକ୍ସନ ଗାଡ଼ି ସହ ଗାର୍ଡ ଦୀପକ କୁମାର ରଣା ଓ ୨ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।
ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ମଙ୍ଗଳପୁର, ଡିଆନାଳି, ସମେତ ଧାନବେଣୀ ଗାଁରେ ହାତୀ ୧୦ରୁ ଊଦ୍ଧର୍ବ ଘର ଭାଙ୍ଗିବା ସହ ଚାଷୀଙ୍କ କୋବି, ଟମାଟୋ ବଗିଚାରେ ପଶି ଦଳାଚକଟା କରିଛନ୍ତି। ଏହା ସହ ଧାନ, ଚାଉଳ ଖାଇ ନଷ୍ଟ କରିଛନ୍ତି। ଗତ ବର୍ଷ ହାତୀପଲ ଉକ୍ତ ଗାଁର ବେଲବତୀ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲେ ହେଁ ଏକ ବର୍ଷ ପରେ ମଧ୍ୟ ବେଲବତୀ କ୍ଷତିପୂରଣ ପାଇ ନ ଥିବାରୁ ଗାଁ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ ବନ ବିଭାଗର ତଳିଆ କର୍ମଚାରୀ । ରେଞ୍ଜର ବନ ବିହାରୀ ସର୍ଦ୍ଦାର ଓ ବନ ପାଳ ଭୂପତି ସେଠୀ ଘଟଣା ସ୍ଥଳରେପହଞ୍ଚି ସମାଧାନ କରିବାର ଫୋନ ଯୋଗେ ପ୍ରତିଶ୍ରୁତି ଦେବାପରେ ବନ କର୍ମଚାରୀଙ୍କ ଗାଡ଼ିକୁ ଲୋକେ ଛାଡିଛନ୍ତି।