ଯୁବକଙ୍କୁୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୧୨।୧: ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମରେ କଙ୍ଗାରୁ କୋର୍ଟ ଅଭିଯୋଗ ହୋଇଛି। ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ଗ୍ରାମବାସୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଛନ୍ତି। ଉକ୍ତ ଯୁବକ ଜଣକ ହେଲେ ରାଜ କୁମାର ମହାପାତ୍ର।ତେବେ ନିଶା ସେବନ କରିବା ପାଇଁ ଯୁବକ ଚୋରି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନାଯୋଗ୍ୟ, ଭୋରୁ ରାଜ କୁମାର ଗ୍ରାମର ଜଣଙ୍କ ଘରୁ ପାଣିମଟର ଚୋରି କରୁଥିବା ବେଳେ ଧରାପଡ଼ିଥିଲେ। ଗାଁର ବିଭିନ୍ନ ଘରୁ ବହୁ ଜିନିଷ ଚୋରି ହେଉଥିବାରୁ ଲୋକେ ତାଙ୍କୁ ବଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ।