ବରଗଡ଼ ଅଫିସ,୨୨।୧୨: ବରଗଡ଼ ମ୍ୟୁନିସିପାଲିଟି ଅନ୍ତର୍ଗତ ନମ୍ବର ୧୩ ସ୍ମୃତି ନଗର ଅଞ୍ଚଳରେ ଡ୍ରେନ ନ ଥିବାରୁ ପଡାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ନିଷ୍କାସନ ପାଇଁ କୈାଣସି ସୁବିଧା ନ ଥିବାରୁ ବର୍ଷ ବର୍ଷ ଧରି ଘରର ବ୍ୟବହୃତ ଅପରିଷ୍କାର ପାଣି ରାସ୍ତାରେ ପ୍ରବାହିତ ହେଉଥିବାରୁ ଏକ ଅସାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଥିନିମନ୍ତେ ପଡାବାସୀ ବାରମ୍ବାର ପୈାରପରିଷଦ କାର୍ଯ୍ୟାଳୟ ଓ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ବି କୈାଣସି ଫଳ ମିଳିନଥିବାରୁ ବୁଧବାର ଜିଲାପାଳ ଓ ପୈାରପରିଷଦର ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ ଦ୍ବାରସ୍ଥ ହୋଇ ଯଥାଶୀଘ୍ର ଡ୍ରେନ ନିର୍ମାଣ ପାଇଁ ଦାବି ଜଣାଇଥିଲେ। ଉଭୟ ଜିଲାପାଳ ଓ ପୈାରପରିଷଦର ଏକ୍ଜିକ୍ୟୁଟିଭ୍ ଅଫିସର ଦାବି ପତ୍ର ଗ୍ରହଣ କରିଥିଲେ ଓ ଅତି ଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏକ ମାସ ଭିତରେ ଡ୍ରେନ୍ କାର୍ଯ୍ୟ ଆରମ୍ଭ ନ ହେଲେ ପଡାବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ କହିଥିଲେ। ଏହି ବିକ୍ଷୋଭରେ ସମାଜସେବୀ ପ୍ରୀତମ ସିଂଙ୍କ ସହ ପଡ଼ାର ଅଧିବାସୀ ଦେବକୀ ମେହେର, ବିରଞ୍ଚି ପ୍ରଧାନ, ସୁଶାନ୍ତ ପ୍ରଧାନ, ବିକାଶ ଶର୍ମା,ରସ୍ମିତା ସାହୁ, ବିମଳା ମାଝି, ସତ୍ୟ ଜିତ ତ୍ରିପାଠୀ, ମାଳତୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ।