ରାସ୍ତାରେ ଧାନ ରୋଇଲେ ଗାଁ ଲୋକେ

ରାଞ୍ଚି, ୨୦।୭: ପ୍ରଶାସନିକ ଅବହେଳାର ଉଦାହରଣ ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ସିଲାଗାଇ ଗାଁରେ ଦେଖିବାକୁ ମିଳିଛି। ଏଠାରେ ଅସରାଏ ବର୍ଷା ହେଲେ ଗାଁ ରାସ୍ତା କାଦୁଅରେ ବୁଡ଼ିଯାଏ। ଦୀର୍ଘଦିନ ଧରି ଗାଁ ଲୋକେ ଅଭିଯୋଗ କଲାପରେ କୌଣସି ସୁଫଳ ନ ମିଳିବାରୁ ସେମାନେ ପ୍ରତିବାଦ ସ୍ବରୂପ ଗାଁ ଲୋକେ ରବିବାର ରାସ୍ତାକୁ ଟ୍ରାକ୍ଟରରେ ହଳ କରିବା ପରେ ଧାନ ରୋଇଛନ୍ତି। ଏହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଶହୀଦ୍‌ ବୀର ବୁଦ୍ଧୁ ଭଗତଙ୍କର ଏହି ଗାଁଙ୍କୁ ଆଦର୍ଶ ଗାଁ ଭାବେ ସରକାର ଘୋଷଣା କରିଛନ୍ତି। ତେବେ ଏହା କେବଳ କାଗଜ ପତ୍ରରେ ରହିଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ପ୍ରକୃତ ପକ୍ଷେ ଗାଁର ବିକାଶ ପ୍ରତି ସରକାର ଉଦାସୀନ ରହୁଥିବା ସେମାନେ କହିଛନ୍ତି।

Share