Advertisement

ନିଯୁକ୍ତିରେ ଅଣଦେଖା, କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଗଞ୍ଜାମ,୧୩ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ବୁଧବାର ଏକ ପ୍ରତିନିଧି ଦଳ ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ କର୍ତ୍ତୃପକ୍ଷ ନିକଟରେ ଫେରାଦ ହୋଇଛନ୍ତି। କାଇଁଚପୁର ପଞ୍ଚାୟତ ଋଷିକୁଲ୍ୟା ନଦୀକୂଳରୁ ଗ୍ରାସୀମ କମ୍ପାନୀକୁ ବିପୁଳ ପରିମାଣରେ
ପାଣି ନେଉଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ। ନଦୀକୂଳରେ ବୋରଓ୍ବେଲ ପର୍ଯ୍ୟନ୍ତ ଖୋଳି ଦିଆଯାଇଥିବାରୁ ଆଗକୁ ବର୍ଷା ଦିନ ରହିଥିବାରୁ ସ୍ଥାନୀୟ ଅଞ୍ଚଳ ଜଳାର୍ଣ୍ଣବ
ହେବାର ସମ୍ଭାବନା ରହିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ କମ୍ପାନୀ ବାହାର ଲୋକଙ୍କୁ କମ୍ପାନୀରେ ନିଯୁକ୍ତି ଦେଇ ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବତୀ/ଯୁବକମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି।

କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ କମ୍ପାନୀ ୟୁନିଟ୍‌ ହେଡ୍‌ ଦିଗବିଜୟ ପାଣ୍ଡେ ,ଡିଜିଏମ ରବିନ୍ଦ୍ର କୁମାର ମହାନ୍ତି ଓ ପଞ୍ଚାୟତ ପ୍ରତିନିଧି ଦଳ ମଧ୍ୟରେ ଏକ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା ପ୍ରତିନିଧି ଦଳରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର.ଭାଗିରଥି ରେଡ୍ଡୀ,ସମିତିସଭ୍ୟ ଜୟକୃଷ୍ଣ ରେଡ୍ଡୀ,ସମବାୟ ସମିତି ସମ୍ପାଦକ ଅଭିରାମ ରେଡ୍ଡୀ, ପାଣିପଞ୍ଚାୟତ ସଭାପତି ଭୋବନୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share