ରାତିରେ ବ୍ୟାଙ୍କ ତାଲା ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ

ସିମୁଳିଆ,୩୦।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ସଦର ମହକୁମା ମାର୍କୋଣାରେ ଥିବା କାନାଡ଼ା ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଗୁରୁବାର ରାତିରେ ଦୁର୍ବୃତ୍ତ ମୁଖ୍ୟ ଗ୍ରୀଲ ତାଲାଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏହି ବ୍ୟାଙ୍କରୁ ଚୋରି ଉଦ୍ୟମ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ତଦନ୍ତ ପରେ ସବୁକିଛି ଜଣାପଡ଼ିବ ବୋଲି ଶାଖା ପରିଚାଳକ ସୂଚନା ଦେଇଛନ୍ତି ।

Share